ରାଜ୍ୟ

Tiranga Jatra: ‘ତିରଙ୍ଗା ଯାତ୍ରା’ରେ ଦେଶପ୍ରେମର ଝଲକ, ସାମିଲ ହେଲେ ବିଧାୟକ

୮୦ତମ ସ୍ୱାଧୀନତା ଦିବସ ଅବସରରେ ବେତନଟୀ ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ‘ତିରଙ୍ଗା ଯାତ୍ରା’। ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ଉତ୍ସାହ ଏବଂ ଦେଶମାତୃକା ପ୍ରତି ସମ୍ମାନ—ଏଭଳି ପରିବେଶରେ ବେତନଟୀ ରାଜରାସ୍ତାରେ ଗଡ଼ିଥିଲା ତିରଙ୍ଗା ଯାତ୍ରା।

ବୈଶିଙ୍ଗା:ସ୍ୱାଧୀନତାଦିବସ ପାଳନକୁ ନେଇ ବେତନଟୀରେ ଦେଖିବାକୁ ମିଳିଛି ଦେଶପ୍ରେମର ଭବ୍ୟ ଚିତ୍ର। ୮୦ତମ ସ୍ୱାଧୀନତା ଦିବସ ଅବସରରେ ବେତନଟୀ ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ‘ତିରଙ୍ଗା ଯାତ୍ରା’। ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ଉତ୍ସାହ ଏବଂ ଦେଶମାତୃକା ପ୍ରତି ସମ୍ମାନ—ଏଭଳି ପରିବେଶରେ ବେତନଟୀ ରାଜରାସ୍ତାରେ ଗଡ଼ିଥିଲା ତିରଙ୍ଗା ଯାତ୍ରା।

ସ୍ଥାନୀୟ ମଣ୍ଡଳ ସଭାପତି ଜୀବନ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଯାତ୍ରାରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ବଡ଼ସାହି ବିଧାୟକ ସନାତନ ବିଜୁଳି। ଯାତ୍ରାରେ ଯୋଗଦେଇ ବିଧାୟକ ‘ହର ଘର ତିରଙ୍ଗା’ ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତିରଙ୍ଗା ଉତ୍ତୋଳନ ପାଇଁ ଆହ୍ୱାନ ଦେଇଥିଲେ।

ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଥିଲା ୩୦୦ ଫୁଟ୍‌ ଲମ୍ବା ବିଶାଳ ତ୍ରିରଙ୍ଗା। ଏହି ବିଶାଳ ଜାତୀୟ ପତାକାକୁ ଧରି ଶତାଧିକ ଲୋକ ବେତନଟୀ ବଜାର ପରିକ୍ରମା କରିଥିଲେ। ଅବସରପ୍ରାପ୍ତ ସୈନିକ, ମିଶନ ଶକ୍ତିର ମହିଳା, ବେତନଟୀ କଲେଜର ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ)ର କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବେତନଟୀ ବିଜେପି କାର୍ଯ୍ୟାଳୟରୁ ବାହାରିଥିବା ଏହି ଯାତ୍ରା ବେତନଟୀ ବଜାର ପରିକ୍ରମା କରିଥିଲା। ଏହାର ପୂର୍ବଦିନ ବଡ଼ସାହି ବଜାରରେ ମଧ୍ୟ ତିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା।

ଶତାଧିକ ବିଜେପି କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ

କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀଙ୍କ ସମେତ ବେତନଟୀ ବ୍ଲକ୍‌ର ଶତାଧିକ ବିଜେପି କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ। ଦେଶଭକ୍ତିର ନାରା ଓ ବିଶାଳ ତିରଙ୍ଗାରେ ବେତନଟୀର ପରିବେଶ ହୋଇଥିଲା ଦେଶପ୍ରେମରେ ଉଦ୍‌ବେଳିତ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button