ରାଜ୍ୟ

Tree Falls: ଲଗାଣ ବର୍ଷା ପବନ ଯୋଗୁଁ ରାସ୍ତାରେ ପଡ଼ିଲା ବିରାଟକାୟ ଗଛ: ଯାତାୟତ ବାଧାପ୍ରାପ୍ତ

ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ-୫୧୬ରେ ଏକ ବିରାଟକାୟ ବରଗଛ ଉପୁଡ଼ି ପଡ଼ିବାରୁ ଯାତାୟତ ଠପ୍ ହୋଇଯାଇଛି। ଛତ୍ରପୁରରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଗଛ ପଡ଼ିବା ଯୋଗୁଁ ଅନେକ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ-୫୧୬ରେ ଏକ ବିରାଟକାୟ ବରଗଛ ଉପୁଡ଼ି ପଡ଼ିବାରୁ ଯାତାୟତ ଠପ୍ ହୋଇଯାଇଛି। ଛତ୍ରପୁରରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଗଛ ପଡ଼ିବା ଯୋଗୁଁ ଅନେକ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏହି ଘଟଣାରେ କୌଣସି ଅଘଟଣ ଘଟିଥିବା ଖବର ମିଳିନାହିଁ।

ସୂଚନା ଅନୁଯାୟୀ, ଅଞ୍ଚଳରେ ପ୍ରବଳ ପବନ ହେବା ଯୋଗୁଁ ଏହି ବିଶାଳ ବରଗଛଟି ରାସ୍ତା ଉପରେ ଉପୁଡ଼ି ପଡ଼ିଥିଲା। ଗଛଟି ନିକଟରେ ଥିବା କିଛି ଘର ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।

ଗଛ ପଡ଼ିବା ଯୋଗୁଁ ଛତ୍ରପୁରରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର, ଇରେ ସମେତ ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଓ ଗାଡ଼ିଚାଳକମାନେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି। ରାସ୍ତାରୁ ଗଛ ହଟାଇବା ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିପାରେ ବୋଲି ଜଣାପଡ଼ିଛି।

ଆହୁରି ଅନେକ ଗଛ ପଡ଼ିବାର ଆଶଙ୍କା ରହିଛି

ଅନ୍ୟପକ୍ଷରେ, ଘଟଣାସ୍ଥଳରେ ଆହୁରି ଅନେକ ଗଛ ପଡ଼ିବାର ଆଶଙ୍କା ରହିଛି। ସେହିପରି ଅଞ୍ଚଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଛ ପଡ଼ିଥିବା ସୂଚନା ମିଳିଛି। ତେଣୁ ପ୍ରବଳ ପବନ ସମୟରେ ଯାତାୟତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button