Truck Accident: ଅଜଣା ଟ୍ରକ ଧକ୍କାରେ ଦୁଇ ଚାଳକଙ୍କ ମୃତ୍ୟୁ

ଟ୍ରକକୁ ଜବତ କରିଛି ପୁଲିସ୍
ଅଜଣା ଟ୍ରକ ଧକ୍କାରେ ଦୁଇ ଟ୍ରକ ଡ୍ରାଇଭର ମୃତ l ମଣ୍ଡିରୁ ଧାନ ଆଣି ଉତ୍କେଲା ଓରିଆନ ମିଲରେ ଧାନ ଖାଲି କରିବା ପାଇଁ ମିଲକୁ ଆସିଥିଲା ଟ୍ରକ l ରାସ୍ତାରେ ଟ୍ରକ ଛିଡା କରି ଟ୍ରକ ନିକଟରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ଅଜଣା ଟ୍ରକ ଆସି ଦୁଇ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ସୂଚନା l ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଆତ୍ମ ସମର୍ପଣ କରିଥିବା ବେଳେ ଟ୍ରକକୁ ଜବତ କରିଛି ପୁଲିସ୍।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଖଜୁରପଡ଼ା ଗ୍ରାମରେ ବରଗଡ଼ରୁ ବୋରିଗୁମ୍ମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଉକ୍ତ ଦୁର୍ଘଟଣାରେ ଅକାଳରେ ୨ ଜଣ ଡ଼୍ରାଇଭର ଙ୍କ ଜୀବନ ଚାଲିଯାଇଛି । ସୂଚନା ମୁତାବକ ଆଜି ପାହାନ୍ତିଆ ୩ ଟା ସମୟରେ ୩ ଟି ଟ୍ରକ୍ କଳାହାଣ୍ଡି ଜିଲ୍ଲା ହରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଆରିହନ୍ତ ରାଇସ ମିଲକୁ ଧାନ ଖାଲି କରିବାକୁ ଆସିଥିଲେ । ଭୋର୍ ପାହାନ୍ତିଆ ସମୟ ଥିବାରୁ ଦୁଇ ଟ୍ରକ୍ ର ଦୁଇଜଣ ଡ଼୍ରାଇଭର ଶୌଚ ହେବା ସକାଶେ ନିଜ ଟ୍ରକ୍ ର କଡ଼ରେ ଛିଡ଼ା ହୋଇଥିବା ବେଳେ ଭବାନୀପାଟଣାରୁ କେସିଙ୍ଗା ପଟେ ଯାଉଥିବା ଗାଡ଼ି ନଂ – OD-18 L- 7888 ଏକ ମାଲ୍ ବୋଝେଇ କଣ୍ଟେନର ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ୩ ଟି ଟ୍ରକ୍ କୁ ଜୋର୍ ରେ ଧକ୍କା ଦେଇଥିଲା ଏବଂ ୨ ଟ୍ରକ୍ ଡ୍ରାଇଭର ଙ୍କୁ ପ୍ରାୟ ୫୦ ଫୁଟ୍ ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ସେହି ଦୁଇ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେହି କଣ୍ଟେନର ଏମିତି ହିସାବରେ ଦୁଇ ଡ଼୍ରାଇଭରଙ୍କୁ ଘୋଷାଡି ମାରିଲା ଯେ , ବର୍ତ୍ତମାନ ୨ ଡ଼୍ରାଇଭରଙ୍କ ଖଣ୍ଡ ବିଖଣ୍ଡ ଶରୀର ଦେଖି ଚିହ୍ନଟ କରିବା ସମ୍ଭବ ପର ହୋଇପାରୁନାହିଁ । ଦୁର୍ଘଟଣା ବିଷୟରେ ଜାଣିପାରି କେସିଙ୍ଗା ପୁଲିସ ତୁରନ୍ତ ଆସି ମୃତ୍ୟୁ ହୋଇଥିବା ଦୁଇ ଡ଼୍ରାଇଭରଙ୍କ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ପୁଲିସ ତାକୁ ଠାବ କରି ବର୍ତ୍ତମାନ କାବୁ କରିଥିବା ସୂଚନା ମିଳିଛି ।
ସୌଜନ୍ୟ ସମ୍ବାଦ




