ଦେଶ ବିଦେଶ
Trump Campaign: ସରକାରୀ ରାଜସ୍ବରେ ଟ୍ରମ୍ପଙ୍କ ପୁରୁଣା ନିର୍ବାଚନୀ ପ୍ରଚାର ବିଜ୍ଞାପନର ପୁନଃପ୍ରସାରଣ: ଆମେରିକାରେ ବିବାଦ ସୃଷ୍ଟି
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ସରକାରୀ ବିଜ୍ଞାପନକୁ ନେଇ ଆମେରିକାରେ ଏକ ବିବାଦ ଦେଖାଦେଇଛି। ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ଅଭିଯାନରେ ବ୍ୟବହୃତ ଏକ ବିଜ୍ଞାପନ ଆମେରିକୀୟ ସରକାରଙ୍କ ରାଜସ୍ବରେ ଟେଲିଭିଜନରେ ପ୍ରସାରିତ ହେଉଥିବା ଜଣାପଡ଼ିଛି।

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ସରକାରୀ ବିଜ୍ଞାପନକୁ ନେଇ ଆମେରିକାରେ ଏକ ବିବାଦ ଦେଖାଦେଇଛି। ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ଅଭିଯାନରେ ବ୍ୟବହୃତ ଏକ ବିଜ୍ଞାପନ ଆମେରିକୀୟ ସରକାରଙ୍କ ରାଜସ୍ବରେ ଟେଲିଭିଜନରେ ପ୍ରସାରିତ ହେଉଥିବା ଜଣାପଡ଼ିଛି। ଏନେଇ ଅନେକ ସାଂସଦ ସରକାରୀ ପାଣ୍ଠିର ଅପବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି।୩୦ ସେକେଣ୍ଡର ଏହି ବିଜ୍ଞାପନରେ, ଟ୍ରମ୍ପ ଏକ କରିଡରରେ ଚାଲୁଥିବାର ଦେଖାଯାଉଛି। ପୃଷ୍ଠଭୂମିରେ ତାଙ୍କ ସ୍ୱର ଶୁଣାଯାଉଛି। ସେ ଗ୍ଲୋବାଲିଷ୍ଟ ଏବଂ ଯୁଦ୍ଧକୁ ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ ଲଢ଼ିବା ବିଷୟରେ କହୁଛନ୍ତି। ବିଜ୍ଞାପନର ଶେଷରେ ଲେଖାଥିବାର ଦେଖାଯାଉଛି ‘ପେଡ୍ ଫର୍ ବାଏ ଦି ୟୁଏସ୍ ଗଭର୍ଣ୍ଣମେଣ୍ଯ’, ଅର୍ଥାତ୍ ଏହି ବିଜ୍ଞାପନ ପାଇଁ ଆମେରିକୀୟ ସରକାର ଦେୟ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




