ଜାତୀୟ

Trump’s ceasefire: ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିକୁ ଝଟକା: ତେହେରାନ କବ୍‌ଜାରେ ଭାରତୀୟ ଜାହାଜ, ୩ ଜାହାଜ ଉପରେ ଇରାନର ଆକ୍ରମଣ

ନୂଆଦିଲ୍ଲୀ/ତେହେରାନ: ଆମେରିକା-ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଶେଷ ହେବା ପୂର୍ବରୁ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକପାଖିଆ ଭାବେ ଅସ୍ତ୍ରବିରତି ବୃଦ୍ଧି କରିଛନ୍ତି। ତେବେ ଏହା ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସହାୟକ ହୋଇନାହିଁ। ଅନ୍ୟପକ୍ଷରେ ଇରାନ ହର୍ମୁଜ ପ୍ରଣାଳୀରେ ତିନୋଟି ଜାହାଜ ଉପରେ ଆକ୍ରମଣ କରିବା ଫଳରେ ସ୍ଥିତି ବିଗିଡ଼ିଯାଇଛି। ଆକ୍ରମଣରେ କୌଣସି ଜାହାଜର ବିଶେଷ କ୍ଷତି ହୋଇନଥିବା ବେଳେ ଏକ ଭାରତୀୟ ଜାହାଜ ସମେତ ଦୁଇଟି ଜାହାଜକୁ ଇରାନ ନିଜ କବ୍‌ଜାକୁ ନେଇଛି। ଫଳରେ ହର୍ମୁଜ ପ୍ରଣାଳୀରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି।

ଟ୍ରମ୍ପ ବର୍ଦ୍ଧିତ ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନ ହର୍ମୁଜ ପ୍ରଣାଳୀରେ ଏକ ଜାହାଜ ଉପରେ ଗୁଳି ଚଳାଇଥିଲା। ଗ୍ରୀସ୍‌ ଜାହାଜ ୟୁଫୋରିଆ ବର୍ତ୍ତମାନ ଇରାନ ଉପକୂଳରେ ଅଟକି ରହିଛି। ବ୍ରିଟିସ ସେନା ଅନୁଯାୟୀ, ଇରାନ ରିଭଲ୍ୟୁସନାରି ଗାର୍ଡ କର୍ପସ୍‌ (ଆଇଆର୍‌ଜିସି) ବୁଧବାର ସକାଳେ କୌଣସି ପୂର୍ବ ଚେତାବନୀ ବିନା ଏହି ଆକ୍ରମଣ କରିଥିଲା। ପରେ ହର୍ମୁଜ ଦେଇ ଭାରତ ଆସୁଥିବା ଅନ୍ୟ ଏକ ଜାହାଜ ଓ ଏକ ଟ୍ୟାଙ୍କର୍ ଉପରେ ମଧ୍ୟ ଇରାନ ସେନା ଆକ୍ରମଣ କରିଥିଲା। ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ ଓ ଇରାନ ଦ୍ବିପାକ୍ଷିକ ସଂପର୍କ ବ୍ୟାହତ ହେବାର ଆଶଙ୍କା ପ୍ରକାଶ ପାଇଛି। ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଭାରତ ଇରାନର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି। ଟ୍ରମ୍ପଙ୍କ ବର୍ଦ୍ଧିତ ଅସ୍ତ୍ରବିରତି ଘୋଷଣାର ମାତ୍ର କିଛି ଘଣ୍ଟା ପରେ ଇରାନର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅସ୍ତ୍ରବିରତିର ସିଧାସଳଖ ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି।

ସୌଜନ୍ୟ ସମ୍ବାଦ

Show More
Back to top button