ଖେଳଜାତୀୟ

UK Tour: ୟୁକେ ଗସ୍ତରେ ଭାରତୀୟ କନି‌ଷ୍ଠ ମହିଳା ଦଳ, ୭ ମ୍ୟାଚ୍‌ ଖେଳିବ

ଭାରତ ଏହି ଗସ୍ତ ନୂଆ ପ୍ରଶିକ୍ଷକ ଟିମ୍‌ ହ୍ବାଇଟ୍‌ଙ୍କ ତତ୍ତ୍ବାବଧାନରେ କରିବ। ଏହି ଗସ୍ତ ନେଇ ହ୍ବାଇଟ୍‌ କହିଛନ୍ତି, ‘‘ଏହି ଗସ୍ତରେ ଆମର ଖେଳାଳିମାନେ ଗୁଣାତ୍ମକ ଅନ୍ତର୍ଜାତୀୟ ଅଭିଜ୍ଞତା ପାଇବ।

ନୂଆଦିଲ୍ଲୀ: ଭାରତୀୟ କନିଷ୍ଠ ମହିଳା ହକି ଦଳ ଆସନ୍ତା ମାସ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୟୁକେ ଗସ୍ତ କରିବ। ସେଠାରେ ଭାରତୀୟ ୨୧ ବର୍ଷରୁ କମ୍‌ ଦଳ ସ୍କଟ୍‌ଲାଣ୍ଡ ବରିଷ୍ଠ ଦଳ ବିପକ୍ଷରେ ୫ ଓ ୬ ତାରିଖରେ ଦୁଇଟି ମ୍ୟାଚ୍‌ ଖେଳିବ। ଏହାପରେ ୨୧ ବର୍ଷରୁ କମ୍‌ ଆମେରିକା (ଜୁଲାଇ ୮, ୧୧), ଇଂଲଣ୍ଡ (୯, ୧୨) ଓ ବେଲ୍‌ଜିୟମ୍‌ (୧୪) ବିପକ୍ଷରେ ୟୁକେ ଗସ୍ତ ଶେଷ କରିବ। ଭାରତ ଏହି ଗସ୍ତ ନୂଆ ପ୍ରଶିକ୍ଷକ ଟିମ୍‌ ହ୍ବାଇଟ୍‌ଙ୍କ ତତ୍ତ୍ବାବଧାନରେ କରିବ। ଏହି ଗସ୍ତ ନେଇ ହ୍ବାଇଟ୍‌ କହିଛନ୍ତି, ‘‘ଏହି ଗସ୍ତରେ ଆମର ଖେଳାଳିମାନେ ଗୁଣାତ୍ମକ ଅନ୍ତର୍ଜାତୀୟ ଅଭିଜ୍ଞତା ପାଇବ।

ଖେଳାଳିମାନେ ବରିଷ୍ଠ ଦଳରେ ସ୍ଥାନ ଦେବାରେ ସୁଯୋଗ ଆଣିବ

ବିଶ୍ୱର ୩ ଶ୍ରେଷ୍ଠ କନିଷ୍ଠ ଶ୍ରେଷ୍ଠ ଦଳ ସହ ସ୍କଟଲାଣ୍ଡ ବରିଷ୍ଠ ଦଳ ବିପକ୍ଷ ମ୍ୟାଚ୍‌ରୁଆମ ଖେଳାଳି ବହୁତ କିଛି ଶିଖିବାକୁ ପାଇବେ। ଯୁବ ଖେଳାଳିମାନଙ୍କୁ ଏହି ଗସ୍ତ ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ଖାପ ଖୁଆଇବା, ଆତ୍ମବିଶ୍ୱାସ ବଢ଼ାଇବ ସହ ଚ୍ୟାଲେଞ୍ଜିଂ ପରିବେଶରେ ଖେଳିବାର ଅଭିଜ୍ଞତା ଦେବ। ଯାହା ପରବର୍ତ୍ତୀ ସମୟରେ ଏହି ଖେଳାଳିମାନେ ବରିଷ୍ଠ ଦଳରେ ସ୍ଥାନ ଦେବାରେ ସୁଯୋଗ ଆଣିବ’’।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button