Vedanta stall: ଚଇତି ମହୋତ୍ସବରେ ବେଦାନ୍ତ ଷ୍ଟଲ୍‌

ରାୟଗଡ଼ାର ଚଇତି ମହୋତ୍ସବରେ ବେଦାନ୍ତ ଆଲୁମିନିୟମ୍ ଏହାର ଷ୍ଟଲ୍‌ ସ୍ଥାପନ କରି ଆଦିବାସୀଙ୍କ କଳା ଓ ଜୀବନଜୀବିକାକୁ ପାଳନ କରୁଛି। ସେଥିରେ ସଉରା ଚିତ୍ରକଳା ଓ ଢୋକ୍ରା ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା।

ଭୁବନେଶ୍ବର: ରାୟଗଡ଼ାର ଚଇତି ମହୋତ୍ସବରେ ବେଦାନ୍ତ ଆଲୁମିନିୟମ୍ ଏହାର ଷ୍ଟଲ୍‌ ସ୍ଥାପନ କରି ଆଦିବାସୀଙ୍କ କଳା ଓ ଜୀବନଜୀବିକାକୁ ପାଳନ କରୁଛି। ସେଥିରେ ସଉରା ଚିତ୍ରକଳା ଓ ଢୋକ୍ରା ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ପ୍ରକଳ୍ପ ସଖୀ ଅଧୀନସ୍ଥ ମହିଳା ଏସ୍‌ଏଚ୍‌ଜିମାନଙ୍କ ଉତ୍ପାଦ ମଧ୍ୟ ସେଥିରେ ସ୍ଥାନ ପାଇଥିଲା। ହକି ଇଣ୍ଡିଆ ଲିଗ୍‌ର ଦଳ କଳିଙ୍ଗ ଲାନ୍ସର୍ସକୁ ମଧ୍ୟ ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା।

ଏହି ଷ୍ଟଲ୍‌କୁ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍‌ଘାଟନ କରିଥିଲେ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ଚଇତି ମହୋତ୍ସବରେ ଆମର ଉପସ୍ଥିତି ବେଦାନ୍ତ ଆଲୁମିନିୟମର ସ୍ୱଦେଶୀ କଳା ସଂସ୍କୃତିକୁ ପାଳନ କରିବା ଓ ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା “ଅଟଳ ମାର୍ଗ” ର ଭିତ୍ତି ପ୍ରସ୍ତର ସ୍ଥାପନ

ସୌଜନ୍ୟ ସମ୍ବାଦ

Exit mobile version