ରାଜ୍ୟ

Vigilance Raid: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଭୋରୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ବରଗଡ଼, ୨୨/୦୯: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ PEO କାର୍ତ୍ତିକେଶ୍ୱର ବେହେରାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୋରୁ ୬ଟି ସ୍ଥାନରେ ଏକକାଳୀନ ଭାବେ ଚଢ଼ାଉ ଆରମ୍ଭ ହୋଇଛି। ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ, କଟାବାହାଲ ଓ ଗଉରେନମୁଣ୍ଡା ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ତ୍ତିକେଶ୍ୱର ବେହେରାଙ୍କ ସରକାରୀ ବାସଭବନ, କନ୍ଧାଗାର୍ଡସ୍ଥିତ ନିଜ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଟିମ୍‌ ପକ୍ଷରୁ ଯାଞ୍ଚ ଚାଲିଛି।

ବରଗଡ଼ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ତଲାସୀ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଇଛି। ଓଡ଼ିଶା ଭିଜିଲାନ୍ସର ୫ ଜଣ ଡିଏସ୍‌ପି, ୮ ଜଣ ଇନ୍‌ସ୍ପେକ୍ଟର, ୨ ଜଣ ଏଏସ୍‌ଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ୬ଟି ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିଭିନ୍ନ କାଗଜପତ୍ର ଓ ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରାଯାଉଛି।ବ୍ଲକର ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବା ନେଇ ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଥିବା ଜଣାପଡ଼ିଛି।

​​​​​​​

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button