ରାଜ୍ୟ

ଟିକା ଦେବାକୁ ଯାଉଥିଲା, ବାସ୍କେଟ୍‌ରୁ ଡେଇଁ ପଳାଇଲା ‘ଗୋଲୁ’..ରାସ୍ତାଘାଟରେ ଖୋଜୁଛନ୍ତି ପରିବାର

ଭୁବନେଶ୍ୱର,୨୨/୦୯: “ଆମ ଗୋଲୁକୁ କେହି ଦେଖିଛ କି? ସକାଳୁ କିଛି ଖାଇନି, ବାହାରେ ବି ରହିବା ଜାଣିନି । ଆମ ବିନା ସେ କେମିତି ବଞ୍ଚିବ । ବିଲେଇ କି କୁକୁର ତାକୁ କାମୁଡ଼ି ଦେବେ । ଦୟାକରି ଯଦି କେହି ଗୋଲୁକୁ ଦେଖିବେ, ଆମକୁ ଜଣାଇବେ’

ଆଜି ୟୁନିଟ-୮ କମ୍ୟୁନିଟି ସେଣ୍ଟର ପାଖରେ ଜଣେ ଯୁବତୀ ଏଭଳି କହୁଥିଲେ । ବାସ୍ତବରେ ଏ ଗୋଲୁ କିଏ? ତାକୁ ଏଭଳି ପାଗଳ ଭଳି ଖୋଜାଚାଲିଛି । ରାସ୍ତାଠୁ ନେଇ ଗଳିକନ୍ଦି ଓ ଘରକୁ ଘର ବୁଲା ହେଉଛି । କୌତୁହଳ ଜାତ ହେଲା । ପଚାରିବୁଝିବାରୁ ଅସଲ କଥାଟି ଜଣାପଡ଼ିଲା । ଗୋଲୁ ଏକ ବିଲେଇ । ଯାହାର ବୟସ ମାତ୍ର ଏକ ବର୍ଷ । ତାହା ପୁଣି ଭାରତୀୟ ନୁହେଁ, ପର୍ସିଆନ ପ୍ରଜାତିର । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବାବୁଲି ଦାସଙ୍କ ଘରେ ସେ ପାଳିତ ବିଲେଇ ଥିଲା । ଗୋଲୁର ଶରୀର ଅସୁସ୍ଥ ଥିଲା । ଆଜି ସକାଳେ ବାବୁଲିଙ୍କ ଝିଅ ପ୍ରିୟଙ୍କା ତାକୁ ଟୀକା ଦେବାକୁ ସହିଦନଗର ପ୍ରାଣୀ ଚିକିତ୍ସାଳୟକୁ ନେଉଥିଲେ ।

ହେଲେ ଯିବା ସମୟରେ ଗାଡି ବାସ୍କେଟ୍‌ ଥିବା ଗୋଲୁ ହଠାତ୍ ରାସ୍ତାକୁ ଡେଇଁ କେଉଁଆଡ଼େ ଦୌଡ଼ି ପଳାଇଥିଲା । ଏହା ଦେଖି ପ୍ରିୟଙ୍କା ଗାଡ଼ି ଅଟକାଇ ତା ପଛେ ପଛେ ଯାଇଥିଲେ । ହେଲେ ଆଉ ପାଇନଥିଲେ । ବାବୁଲିଙ୍କ ପରିବାରଲୋକେ ତାକୁ ଖୋଜିଖୋଜି ନୟାନ୍ତ ହୋଇପଡ଼ିଥିଲେ । ପ୍ରିୟଙ୍କା କହିଥିଲେ, ଗୋଲୁ ପରିବାରରେ ସମସ୍ତଙ୍କ ପ୍ରିୟ ବିଲେଇ । ତା ନିଖୋଜ ପରେ ଘରେ କେହି ଠିକଭାବରେ ଖିଆ ପିଆ କରିନାହାନ୍ତି । ଯଦି କେହି ତାକୁ ପାଆନ୍ତି, ତେବେ ଜଣାଇବାକୁ ପ୍ରିୟଙ୍କା ନିବେଦନ କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button