ଜାତୀୟ

Iran President : ”ମର୍ଯ୍ୟାଦାର ସହ ଯୁଦ୍ଧର ଅନ୍ତ ଚାହୁଁ, କିନ୍ତୁ ପରମାଣୁ ଅଧିକାର ସହ ସାଲିସ ଅସମ୍ଭବ”: ଆମେରିକାକୁ ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି

ତେହେରାନ: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇ କହିଛନ୍ତି ଯେ, ତାଙ୍କ ଦେଶ ଚାଲିଥିବା ସାମରିକ ସଂଘର୍ଷର ଏକ ”ମର୍ଯ୍ୟାଦାଜନକ” ଅନ୍ତ ଚାହୁଁଛି, କିନ୍ତୁ କୌଣସି ବି ଦେଶ ଇରାନକୁ ତାର ବୈଧ ପରମାଣୁ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ସେ ପ୍ରଶ୍ନ କରିଛନ୍ତି ଯେ, ୱାଶିଂଟନ କେଉଁ ଆଧାରରେ ଏକ ସ୍ୱାଧୀନ ରାଷ୍ଟ୍ରର ଅଧିକାର ଉପରେ କଟକଣା ଲଗାଉଛି?

ରାଷ୍ଟ୍ରପତି ପେଜେସ୍କିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ କେବେ ବି ଯୁଦ୍ଧ ଆରମ୍ଭ କରିନାହିଁ କିମ୍ବା ଏହାର ପରିସର ବଢ଼ାଇବାକୁ ଚାହୁଁନାହିଁ, ବରଂ ନିଜର ଆତ୍ମରକ୍ଷା ପାଇଁ ଆଇନଗତ ଅଧିକାର ପ୍ରୟୋଗ କରୁଛି। ସେ ଶତ୍ରୁ ପକ୍ଷ ଉପରେ ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରି ସାଧାରଣ ନାଗରିକଙ୍କ ଭିତ୍ତିଭୂମି, ସ୍କୁଲ ଓ ହସ୍ପିଟାଲ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ, ଆମେରିକା ତାର ”ସର୍ବାଧିକ ଚାପ” ନୀତି ଓ ବେଆଇନ ଅର୍ଥନୈତିକ ପ୍ରତିବନ୍ଧକ ହଟାଇବା ଜରୁରୀ, ନଚେତ୍ ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ିପାରିବ ନାହିଁ ବୋଲି ଇରାନ ଉପମୁଖ୍ୟ ବୈଦେଶିକ ମନ୍ତ୍ରୀ ସୟିଦ ଖାତିବଜାଦେହ ସ୍ପଷ୍ଟ କରିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More
Back to top button