ଦେଶ ବିଦେଶ

VIT Engineering Entrance Examination 2027: ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାର ଆବେଦନ ଆରମ୍ଭ

ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ୨୦୨୭ ମସିହା ପାଇଁ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଭିଆଇଟିଇଇଇ-୨୦୨୭) ଘୋଷଣା କରାଯାଇଛି। ଭିଆଇଟିର ଭେଲୋର, ଚେନ୍ନାଇ, ଅମରାବତି (ଆନ୍ଧ୍ରପ୍ରଦେଶ) ଏବଂ ଭୋପାଳ (ମଧ୍ୟପ୍ରଦେଶ) କ୍ୟାମ୍ପରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ହେବ।

ଭୁବନେଶ୍ବର: ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ୨୦୨୭ ମସିହା ପାଇଁ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଭିଆଇଟିଇଇଇ-୨୦୨୭) ଘୋଷଣା କରାଯାଇଛି। ଭିଆଇଟିର ଭେଲୋର, ଚେନ୍ନାଇ, ଅମରାବତି (ଆନ୍ଧ୍ରପ୍ରଦେଶ) ଏବଂ ଭୋପାଳ (ମଧ୍ୟପ୍ରଦେଶ) କ୍ୟାମ୍ପରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ହେବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ https://viteee.vit.ac.in ୱେବସାଇଟ୍‌ ଜରିଆରେ ଏଥିପାଇଁ ଆବେଦନ କରିପାରିବେ।

ଭାରତର ୧୩୩ଟି ସହର ଏବଂ ୯ଟି ଅନ୍ତର୍ଜାତୀୟ କେନ୍ଦ୍ରରେ ପରୀକ୍ଷା ହେବ

ଭିଆଇଟିଇଇଇ ୨୦୨୭ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୨୮ରୁ ମେ ୨ ତାରିଖ ମଧ୍ୟରେ ହେବାକୁ ଧାର୍ଯ୍ୟ କରାଯାଇଛି। ଭାରତର ୧୩୩ଟି ସହର ଏବଂ ୯ଟି ଅନ୍ତର୍ଜାତୀୟ କେନ୍ଦ୍ରରେ ଏହି ପରୀକ୍ଷା ହେବ। ଫଳରେ ଭାରତ ସମେତ ବିଦେଶର ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଜରିଆରେ ଭିଆଇଟିରେ ପଢ଼ିବା ସୁଯୋଗ ପାଇପାରିବେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button