Breaking
Heavy Dust ଧୂଳିରେ ଢାଙ୍କି ହେଉଛି ବନ୍ଧମୁଣ୍ଡା, ପ୍ରଶାସନ ନୀରବ
ରେଳନଗରୀ ଭାବେ ପରିଚିତ ବନ୍ଧମୁଣ୍ଡା ଅଞ୍ଚଳକୁ ଏବେ କିଛି ମାସ ଧରି ଲୋକମାନେ ଧୂଳିନଗରୀ ଭାବରେ ଜାଣୁଛନ୍ତି। ଧୂଳିର ମୋଟା ଚାଦରେ ଢାଙ୍କି ହେଇ ଯାଇଛି ବନ୍ଧମୁଣ୍ଡା। କେହି ମୁହଁରେ ଗାମୁଛା ବାନ୍ଧୁଛନ୍ତି ତ, କେହି କପଡ଼ାରେ ମୁହଁ ଢାଙ୍କି ଯାତ୍ରା କରୁଛନ୍ତି।

ସୁନ୍ଦରଗଡ଼/ ବନ୍ଧମୁଣ୍ଡା (ଦେବ କୁମାର ଦେ): ରେଳନଗରୀ ଭାବେ ପରିଚିତ ବନ୍ଧମୁଣ୍ଡା ଅଞ୍ଚଳକୁ ଏବେ କିଛି ମାସ ଧରି ଲୋକମାନେ ଧୂଳିନଗରୀ ଭାବରେ ଜାଣୁଛନ୍ତି। ଧୂଳିର ମୋଟା ଚାଦରେ ଢାଙ୍କି ହେଇ ଯାଇଛି ବନ୍ଧମୁଣ୍ଡା। ରାସ୍ତାରେ ଉଡ଼ୁଥିବା ଧୂଳି ଏବେ ଏଠିକାର ଲୋକଙ୍କ ଦୈନିକ ଜୀବନର ଅଂଶ ହୋଇପଡ଼ିଛି। ଘରୁ ବାହାରୁଥିବା ବେଳେ ଲୋକମାନେ ନିଜେ ଏହି ଧୂଳିରୁ ବଞ୍ଚିବାର ଉପାୟ ନେଇ ଘରରୁ ବାହାରୁଛି। କେହି ମୁହଁରେ ଗାମୁଛା ବାନ୍ଧୁଛନ୍ତି ତ କେହି କପଡ଼ାରେ ମୁହଁ ଢାଙ୍କି ଯାତ୍ରା କରୁଛନ୍ତି।




