War: ସ୍ଥଳଯୁଦ୍ଧ ପାଇଁ ଆମେରିକାର ଚକ୍ରବ୍ୟୂହ: ହର୍ମୁଜ ପ୍ରଣାଳୀକୁ ମୁକ୍ତ କରିବାକୁ ୩,୫୦୦ ମେରିନ୍ କମାଣ୍ଡୋ ପ୍ରସ୍ତୁତ

ଇରାନରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀ ଓ ଖାର୍ଗ ଦ୍ବୀପ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ପେଣ୍ଟାଗନ୍‌ ପ୍ରସ୍ତୁତ ରହିଛି।

‌ୱାସିଂଟନ/ତେହେରାନ/ଦୁବାଇ: ଇରାନରେ ସ୍ଥଳ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀ ଓ ଖାର୍ଗ ଦ୍ବୀପ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ପେଣ୍ଟାଗନ୍‌ ପ୍ରସ୍ତୁତ ରହିଛି। ତେହେରାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ହ୍ୱାଇଟ୍ ହାଉସର ଏହି ରଣନୀତି ପଶ୍ଚିମ ଏସିଆ ଯୁଦ୍ଧକୁ  ନୂଆ ମୋଡ଼ ଦେଇଛି। ଯୁଦ୍ଧର ପଞ୍ଚମ ସପ୍ତାହରେ ଆମେରିକାର ସାମରିକ ବିଭାଗ ପେଣ୍ଟାଗନ୍‌ ଇରାନକୁ ବରବାଦ କରିବା ପାଇଁ ଅତି ବିପଜ୍ଜନକ ରଣନୀତିରେ ଅଗ୍ରସର ହେଉଛି। କେବଳ ଆକାଶମାର୍ଗରୁ ବୋମା ବର୍ଷଣ ନୁହେଁ, ସ୍ଥଳଭାଗରେ  ମଧ୍ୟ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଯୁଦ୍ଧର ଏହି ନୂତନ ପର୍ଯ୍ୟାୟ ପଶ୍ଚିମ ଏସିଆର ସ୍ଥିତିକୁ ଆହୁରି ଜଟିଳ କରିବାର ଆଶଙ୍କା ଥିଲେ ମଧ୍ୟ ହ୍ୱାଇଟ୍ ହାଉସ ଏହାକୁ ସର୍ଜିକାଲ୍ ଷ୍ଟ୍ରାଇକ୍ ପଦ୍ଧତିରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଇରାନ ନିଜର ଅର୍ଥନୈତିକ ଓ ରଣନୈତିକ ଭିତ୍ତିଭୂମିକୁ ରକ୍ଷା କରିବା ପାଇଁ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହେବ ବୋଲି ଘୋଷଣା କରିଛି। ଯଦି ଗ୍ରାଉଣ୍ଡ ଅପରେସନ୍‌ ଆରମ୍ଭ ହୁଏ, ତେବେ କେବଳ ଇରାନ ନୁହେଁ; ସମଗ୍ର ବିଶ୍ୱର ତୈଳ ବଜାର ଓ ସାମରିକ ସମୀକରଣ ବଦଳିଯିବ ବୋଲି କୁହାଯାଉଛି।

ସୌଜନ୍ୟ ସମ୍ବାଦ
Exit mobile version