ଖେଳ

Hockey: ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ପୁଣି ଆବେଦନ କଲେ ଶ୍ରୀଜେଶ୍‌

ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଗୋଲ୍‌କିପର୍‌ ପି.ଆର୍‌.ଶ୍ରୀଜେଶ୍‌ କନିଷ୍ଠ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ପୁଣି ଥରେ ଆବେଦନ କରିଛନ୍ତି। ଏହି ପଦରେ ତାଙ୍କର କାର୍ଯ୍ୟକାଳ ଗତ ଡିସେମ୍ବର ମାସରେ ସମାପ୍ତ ହୋଇସାରିଛି।

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଗୋଲ୍‌କିପର୍‌ ପି.ଆର୍‌.ଶ୍ରୀଜେଶ୍‌ କନିଷ୍ଠ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ପୁଣି ଥରେ ଆବେଦନ କରିଛନ୍ତି। ଏହି ପଦରେ ତାଙ୍କର କାର୍ଯ୍ୟକାଳ ଗତ ଡିସେମ୍ବର ମାସରେ ସମାପ୍ତ ହୋଇସାରିଛି। ତାଙ୍କ ବ୍ୟତୀତ ଆହୁରି ୬-୭ ଜଣ ମଧ୍ୟ ଆବେଦନ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଏ ସଂପର୍କିତ ନିଷ୍ପତ୍ତି ଆସନ୍ତା ୧୫ ଦିନରେ ଆସିବାର ସମ୍ଭାବନା ରହିଛି। ଦୁଇ ଥର ଅଲମ୍ପିକ୍ସ କାଂସ୍ୟ ବିଜେତା ଶ୍ରୀଜେଶଙ୍କୁ ପ୍ରଥମ ଥର ପାଇଁ ୨୦୨୪ ଅଗଷ୍ଟରେ କନିଷ୍ଠ ଦଳରେ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ କନିଷ୍ଠ ଦଳ ଗତ ବର୍ଷ ଡିସେମ୍ବରରେ ଚେନ୍ନାଇରେ ଆୟୋଜିତ କନିଷ୍ଠ ପୁରୁଷ ବିଶ୍ବକପ୍‌ରେ କାଂସ୍ୟ ପଦକ ଜିତିଥିଲା।

ଦୀର୍ଘ ୯ ବର୍ଷ ପରେ ଏହି ପ୍ରତିଯୋଗିତାରେ ଭାରତ କୌଣସି ପଦକ ହାସଲ କରିଥିଲା। ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂ ସ୍ପଷ୍ଟ କରିଛନ୍ତି ଯେ କନିଷ୍ଠ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଏକ ବିଜ୍ଞାପନ ପ୍ରକାଶ କରାଯାଇଛି ଓ ଏହି ପଦ ପାଇଁ ପ୍ରାୟ ୬-୭ ଜଣ ଆବେଦନ କରିଛନ୍ତି। ଆସନ୍ତା ୭ରୁ ୧୪ ଦିନ ମଧ୍ୟରେ ସାକ୍ଷାତକାର କରାଯିବ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button