ଦେଶ ବିଦେଶ

West Bengal: ସାଧୁ ବେଶରେ ୩୨ ବର୍ଷ, ୩୮ ବର୍ଷ ପରେ ଧରାପଡ଼ିଲା ଫେରାର ଅଭିଯୁକ୍ତ

ପଶ୍ଚିମବଙ୍ଗରେ ୩୮ ବର୍ଷ ପୂର୍ବେ ଘଟିଥିବା ଅପହରଣ ଓ ଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ବୃନ୍ଦାବନରୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ୭୦ ବର୍ଷୀୟ ବୁଧଦେବ ହାଲଦାର ବୋଲି ଜଣାପଡ଼ିଛି।

ମଥୁରା: ପଶ୍ଚିମବଙ୍ଗରେ ୩୮ ବର୍ଷ ପୂର୍ବେ ଘଟିଥିବା ଅପହରଣ ଓ ଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ବୃନ୍ଦାବନରୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ୭୦ ବର୍ଷୀୟ ବୁଧଦେବ ହାଲଦାର ବୋଲି ଜଣାପଡ଼ିଛି। ୧୯୮୮ରେ ଜଣେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ସେ ଫେରାର ହୋଇଯାଇଥିଲେ। ପୁଲିସର ସୂଚନା ଅନୁସାରେ, ବୁଧଦେବ ପ୍ରାୟ ୩୨ ବର୍ଷ ଧରି ବୃନ୍ଦାବନର ପାଣିଘାଟ ଅଞ୍ଚଳରେ ସାଧୁ ବେଶରେ ରହୁଥିଲେ। ସେ ଏକ ଭଡ଼ା ଘରେ ରହିବା ସହ ପରିକ୍ରମା ମାର୍ଗରେ ଭିକ୍ଷା ମାଗି ଜୀବନଯାପନ କରୁଥିଲେ। ନିଜର ପରିଚୟ ଲୁଚାଇ ରଖିବା ପାଇଁ ସେ ଏହି ବେଶ ଧାରଣ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

୧୯୮୮ର ଅପହରଣ ଓ ଦୁଷ୍କର୍ମ ମାମଲା

ଦୀର୍ଘ ସମୟ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ପୁଲିସ ତଦନ୍ତ ଜାରି ରଖିଥିଲା। ସର୍ଭିଲାନ୍ସ ଓ ଦୀର୍ଘ ଛାନଭିନ୍ ପରେ ତାଙ୍କର ଠିକଣା ବୃନ୍ଦାବନର ପାଣିଘାଟ ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଏହାପରେ ପଶ୍ଚିମବଙ୍ଗ ପୁଲିସ ମଥୁରା ପୁଲିସର ସହାୟତାରେ ସେଠାରେ ଚଢ଼ାଉ କରି ତାଙ୍କୁ ଧରିଥିଲା। ପୁଲିସ ଟିମ୍‌ରେ ନଦିଆ ଜିଲ୍ଲାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇଜଣ କନଷ୍ଟେବଳ ଥିଲେ। ଅଦାଲତ ପକ୍ଷରୁ ଗିରଫ ପାଇଁ ଆଦେଶ ଜାରି ହୋଇଥିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ପଶ୍ଚିମବଙ୍ଗ ନିଆଯାଇଛି। ଘଟଣାରେ ଦୀର୍ଘ ୩୮ ବର୍ଷ ପରେ ଅଭିଯୁକ୍ତ ଧରାପଡ଼ିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସର ନିରନ୍ତର ତଦନ୍ତ ଓ ସର୍ଭିଲାନ୍ସ ଯୋଗୁଁ ଏତେ ବର୍ଷ ପରେ ମଧ୍ୟ ତାଙ୍କ ଠିକଣା ଠାବ କରାଯାଇପାରିଥିବା କୁହାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button