Wild Tusker Roams: ସହରରେ ବୁଲୁଛି ଦନ୍ତା ହାତୀ, ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ସହରରେ ବୁଲୁଛି ଗୋଠ ଛଡ଼ା ଦନ୍ତା ହାତୀ। ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ। ଢେଙ୍କାନାଳ ସହରର ଉପକଣ୍ଠ ୮ ନମ୍ବର ୱାର୍ଡ ଗଜମରାରେ ଏକ ଦନ୍ତା ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି । ଦନ୍ତାହାତୀଟି ଚାରି ଦିନ ହେବ ଗଜମରା ଅଞ୍ଚଳରେ ବୁଲୁଥିବା ଜଣାପଡିଛି।

ଗତକାଲି ରାତି ୯ଟା ସମୟରେ ହାତୀଟି ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏଥି ସହ ଲୋକଙ୍କ ଧାନ ଖାଇ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତା’ ସହ କଦଳି ଗଛ ଭାଙ୍ଗି ଖାଇଥିବା ମଧ୍ୟ ଦେଖିବାକୁ ମିଳିଛି।ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିବା ସହ ଘଉଡ଼ାଇବାକୁ ଦାବି ହୋଇଛି।

ସୌଜନ୍ୟ OTV