World cycle Day: ଭୁବନେଶ୍ୱରରେ ବିଶ୍ୱ ସାଇକଲ୍‌ ଦିବସ ଓ ଅସ୍ମିତା ସାଇକଲିଂ ଲିଗ୍

ଭୁବନେଶ୍ୱର: ଓଡ଼ିଶା ସାଇକଲିଂ ଆସୋସିଏସନ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ସାଇକଲ ଦିବସକୁ ସଫଳତାର ସହିତ ପାଳନ କରିଛି। ଏଥିରେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୨୦ ସାଇକଲ ଚାଳକ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସାଇକଲିଂକୁ ଏକ ସୁସ୍ଥ, ପରିବେଶ ଅନୁକୂଳ ଏବଂ ସ୍ଥାୟୀ ପରିବହନ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିଥିଲା।

ଏହାପରେ ଖେଲୋ ଇଣ୍ଡିଆ ଅସ୍ମିତା ମହିଳା ସହର/ଜିଲ୍ଲା ସାଇକଲିଂ ଲିଗ୍ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୮୦ ଜଣ ମହିଳା ପ୍ରତିଯୋଗୀ ବିଭିନ୍ନ ବୟସ ବର୍ଗରେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଅସାଧାରଣ ପ୍ରତିଭା, ଦୃଢ଼ ନିଷ୍ଠା ଏବଂ ପ୍ରତିଯୋଗିତାମୂଳକ ମନୋଭାବ ପ୍ରଦର୍ଶନ କରିଥିଲେ। ପ୍ରମୁଖ ପ୍ରଦର୍ଶନକାରୀଙ୍କ ମଧ୍ୟରେ ବୀଣାପାଣି ବେହେରା, ପି. ଚିନ୍ମାଇ ଦୋରା, ପୁଷ୍ପାଞ୍ଜଳି ସାହୁ ଏବଂ ସାଇପ୍ରଜ୍ଞା ପ୍ରଧାନ, ଭାରତୀ ଶବର, ଲିପ୍ସା ନାଏକ ନିଜ ନିଜ ବର୍ଗରେ ପ୍ରଥମ, ଦ୍ୱତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅତରିକ୍ତ ଶାସନ ସଚିବ ସରୋଜ ଦାସ ଏବଂ ଓଡିଶା ସାଇକ୍ଳିଂ ସଂଘର ସମ୍ପାଦକ ପ୍ରସନ୍ନ ରାଉତ ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଅନିଲ କୁମାର ମଲ୍ଲିକ, ମାନସ ବାରିକ ଏବଂ ସମ୍ବିତ ମହାନ୍ତି ଥିଲେ। ଏହି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ କ୍ରୀଡ଼ାରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ପ୍ରତିବଦ୍ଧତାକୁ ସୁଦୃଢ଼ କରିଥିଲା।

 

 

ସୌଜନ୍ୟ ସମ୍ବାଦ