Yamaha: ୟାମାହା ଇସି ୦୬

Yamaha: ୟାମାହା ଇସି ୦୬

ଏବେ ୟାମାହା କମ୍ପାନିର ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଇସି ୦୬ ବଜାରକୁ ଆସିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୬୯,୧୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏହାର ୪ କିଲୋୱାଟ୍‌ ଲିଥିୟମ୍‌ ଆୟନ୍‌ ବ୍ୟାଟେରି କାପାସିଟି, ଆଇପିଏମ୍‌ଏସ୍‌ଏମ୍‌ ମୋଟର୍‌, ଇଣ୍ଡିଆନ୍‌ ଡ୍ରାଇଭିଂ ସାଇକଲ୍‌ରେ ୧୬୯ କିଲୋମିଟର୍‌ ରେଞ୍ଜ୍‌ ଓ ଘଣ୍ଟା ପ୍ରତି ୭୯ କିଲୋମିଟର୍‌ ଟପ୍‌ ସ୍ପିଡ୍‌ ରହିଛି। ଏହା ୮ଘଣ୍ଟାରେ ୦-୮୦% ଓ ୧୦ ଘଣ୍ଟାରେ ୦-୧୦୦% ଚାର୍ଜ ହେବ ଏବଂ ଘଣ୍ଟା ପ୍ରତି ୪ କିଲୋମିଟର୍‌ ବ୍ୟାଟେରି କାପାସିଟିରେ ଏହା ୧୬୯ କିଲୋମିଟର୍‌ ଯାଇପାରିବ।

ଏହାର ଇକୋନୋମିକ୍‌, ଷ୍ଟାଣ୍ଡାର୍ଡ ଓ ପାୱାର୍‌ ଭଳି ୩ଟି ଡ୍ରାଇଭିଂ ମୋଡ୍‌ ଥିବା ବେଳେ ଏଥିରେ ୨୪.୫ ଲିଟର୍‌ ଅଣ୍ଡର୍‌-ସିଟ୍‌ ଷ୍ଟୋରେଜ୍‌ ଓ ପର୍ଯ୍ୟାପ୍ତ ବୁଟ୍‌ ସ୍ପେସ୍‌ ଆଦି ବୈଶିଷ୍ଟ୍ୟ ରହିଛି। ସେହିପରି ୨୦୦ ଏମ୍‌ଏମ୍‌ ଫ୍ରଣ୍ଟ୍‌ ଓ ବ୍ୟାକ୍‌ ଡିସ୍‌କ ବ୍ରେକ୍‌ ସଂଯୁକ୍ତ ହୋଇଛି। ଏହାର ଆପ୍‌ ୱାଇ-କନେକ୍ଟ୍‌ ଆର୍‌ ଓ ଆଇପି-ଇନ୍‌ଗ୍ରେସ୍‌ ଦ୍ବାରା ସୁରକ୍ଷିତ। ଏହାର ଓଜନ ୧୩୨ କିଲୋଗ୍ରାମ୍‌ ଥିବାବେଳେ ଇସି-୦୬ କେବଳ ବ୍ଲୁଇସ୍‌ ହ୍ବାଇଟ୍‌ ରଙ୍ଗରେ ଉପଲବ୍‌ଧ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version