YouTube : ମାନସିକ ଆଘାତ ପାଇଁ ତଣ୍ଡ ଗଣିବେ ୟୁଟ୍ୟୁବ୍‌ ଓ ମେଟା

ଆଜିକାଲି ମେଟା ଓ ୟୁଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମ କବଳରେ ପଡ଼ି ଅନେକ ଯୁବକ ଯୁବତୀ ବାଟ ହୁଡ଼ୁଥିବା ଅଭିଯୋଗ ଆସୁଛି। ଅନେକ ତ ଏହାର ମାୟାରେ ପଡ଼ି ବାୟା ହୋଇଗଲେଣି। ଏଭଳି.....

ଆଜିକାଲି ମେଟା ଓ ୟୁଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମ କବଳରେ ପଡ଼ି ଅନେକ ଯୁବକ ଯୁବତୀ ବାଟ ହୁଡ଼ୁଥିବା ଅଭିଯୋଗ ଆସୁଛି। ଅନେକ ତ ଏହାର ମାୟାରେ ପଡ଼ି ବାୟା ହୋଇଗଲେଣି। ଏଭଳି ସମୟରେ ଜଣେ ଯୁବତୀଙ୍କୁ ମାନସିକ ଆଘାତ ଦେବା ଅଭିଯୋଗରେ ଆମେରିକା ଲସ୍ ଆଞ୍ଜେଲସ୍‌ର ଏକ ଅଦାଲତ, ମେଟା ଓ ୟୁଟ୍ୟୁବ୍‌ ବିରୋଧରେ ୬୦ ଲକ୍ଷ ଡଲାର୍‌ କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି। ମେଟା ଓ ୟୁଟ୍ୟୁବ୍‌ ଅନେକ ଲୋଭନୀୟ ଫିଚର୍‌ ଡିଜାଇନ୍‌ କରି ସମ୍ପୃକ୍ତ ଯୁବତୀଙ୍କୁ ମାନସିକ ଭାବେ କ୍ଷତି ପହଞ୍ଚାଇଥିବା କୋର୍ଟ କହିଛନ୍ତି। ସୋସିଆଲ୍‌ ମିଡିଆ ସଂସ୍ଥା ଏହିଭଳି ତଣ୍ଡ ଗଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କୋର୍ଟଙ୍କ କହିବା ଅନୁସାରେ, ଇନ୍‌ଷ୍ଟାଗ୍ରାମ୍, ଫେସ୍‌ବୁକ୍  ଓ ହ୍ୱାଟ୍‌ସଆପ୍‌ର ମାଲିକ ମେଟା ତଥା ୟୁଟ୍ୟୁବ୍ ମାଲିକ ଗୁଗୁଲ୍ ଜାଣିଶୁଣି ଏପରି ଫିଚର୍‌ ସବୁ ସୃଷ୍ଟି କରିଛନ୍ତି, ଯାହା ବ୍ୟବହାରକାରୀଙ୍କୁ ପ୍ରଲୋଭିତ କରୁଛି। ଖବର ଅନୁସାରେ, ଶୈଶବ ଓ କୈଶୋର କାଳରେ ଏହିସବୁ ପ୍ଲାଟ୍‌ଫର୍ମ ଯୋଗୁଁ ତାଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିଥିବା ଦର୍ଶାଇ କାଲେ ନାମ୍ନୀ ଜଣେ ୨୦ ବର୍ଷୀୟ ଯୁବତୀ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାର ବିଚାର କରି କୋର୍ଟ ଉଭୟ କମ୍ପାନି ସେମାନଙ୍କ ଉତ୍ପାଦ ପରିଚାଳନାରେ ଅବହେଳା ସହ ଏହାର ବିପଦ ସମ୍ପର୍କରେ ବ୍ୟବହାରକାରୀମାନଙ୍କୁ ସତର୍କ କରିବାରେ ବିଫଳ ହୋଇଥିବା ଦର୍ଶାଇଥିଲେ। ଏଥିପାଇଁ କ୍ଷତିପୂରଣ ବାବଦକୁ ୬୦ ଲକ୍ଷ ଜରିମାନା ନିର୍ଦ୍ଦେଶ ଦେଇଥିଲେ। ମୋଟ୍‌ ଜରିମାନାର ୭୦ ପ୍ରତିଶତ ମେଟା ଓ ବାକି ୩୦ ପ୍ରତିଶତ ୟୁଟ୍ୟୁବ୍‌ ଦେବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version