ବାଣିଜ୍ୟ

Urban renewal: ସହରାଞ୍ଚଳ ନବୀକରଣ: ନିବେଶ ହେବ ୪ ଲକ୍ଷ କୋଟି

ଦେଶରେ ବିଭିନ୍ନ ସହରାଞ୍ଚଳ ନବୀକରଣ ପାଇଁ ଆସନ୍ତା ପାଞ୍ଚ ବର୍ଷରେ ୪ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ଏହି ଯୋଜନାରେ କେନ୍ଦ୍ର ସରକାର ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କିଛି ସହରର ଆଧୁନିକୀକରଣ କରାଯିବ।

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସହରାଞ୍ଚଳ ନବୀକରଣ ପାଇଁ ଆସନ୍ତା ପାଞ୍ଚ ବର୍ଷରେ ୪ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ଏହି ଯୋଜନାରେ କେନ୍ଦ୍ର ସରକାର ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କିଛି ସହରର ଆଧୁନିକୀକରଣ କରାଯିବ।  ଏଥିପାଇଁ କେନ୍ଦ୍ର ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ତେଣୁ ୨୦୩୧ ସୁଦ୍ଧା ସହରାଞ୍ଚଳରେ ମୋଟ ୪ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ‘ସହରୀ ଚ୍ୟାଲେଞ୍ଜ ପାଣ୍ଠି’ (ୟୁସିଏଫ୍) ର ଶୁଭାରମ୍ଭକୁ କ୍ୟାବିନେଟ୍‌ ଅନୁମୋଦନ ମିଳିସାରିଛି।  ଭାରତର ସହରାଞ୍ଚଳ ବିକାଶ ପଦ୍ଧତିରେ ଅନୁଦାନ ଭିତ୍ତିକ ଅର୍ଥ ସହ ବଜାର ବ୍ୟବସ୍ଥାରୁ ମଧ୍ୟ ପୁଞ୍ଜି ସଂଗ୍ରହ କରାଯିବ।

ସହରୀ ଚ୍ୟାଲେଞ୍ଜ ପାଣ୍ଠିକୁ ଅନୁମୋଦନ

ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର କୌଣସି ସହର ପାଇଁ ଏକ ପ୍ରକଳ୍ପ ମୂଲ୍ୟର ୨୫ ପ୍ରତିଶତ ଅର୍ଥ ଦେବେ। ସଂପୃକ୍ତ ସହରଗୁଡିକ ବ୍ୟାଙ୍କ ଋଣ, ମ୍ୟୁନିସିପାଲିଟି ବଣ୍ଡ୍‌ କିମ୍ବା ସରକାରୀ-ବେସରକାରୀ ଭାଗିଦାରୀ ଭଳି ବଜାର ଉତ୍ସରୁ ୫୦ ପ୍ରତିଶତ ସଂଗ୍ରହ କରିବେ। ଏହା ବାଦ ଅବଶିଷ୍ଟ ୨୫ ପ୍ରତିଶତ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ସହର ସଂସ୍ଥା ନିଜେ ବହନ କରିବେ। ଏହି ପାଣ୍ଠି ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ପ୍ରକଳ୍ପଗୁଡିକ ଏକ ‘ଚ୍ୟାଲେଞ୍ଜ ମୋଡ୍’ ମାଧ୍ୟମରେ ଚୟନ କରାଯିବ, ଅର୍ଥାତ୍ ସହରଗୁଡିକ ସେମାନଙ୍କ ପ୍ରସ୍ତାବର ଗୁଣବତ୍ତା ଏବଂ ପ୍ରଭାବ ଉପରେ ଆଧାର କରି ପାଣ୍ଠି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସହରୀ ଚ୍ୟାଲେଞ୍ଜ ପାଣ୍ଠି ମାଧ୍ୟମରେ ସହରଗୁଡ଼ିକୁ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ଭାବେ ପ୍ରସ୍ତୁତ କରାଯିବ। ପୁରୁଣା ସହର ଓ ଐତିହ୍ୟ ସହରଗୁଡ଼ିକର ବିକାଶ କରାଯିବ। ଏଥିରେ ସ୍ୱେରେଜ୍ ବ୍ୟବସ୍ଥାର ନବୀକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଉନ୍ନତ ସହରୀ ପରିବହନ କରିଡର୍‌ ଆଦି ଅନ୍ତର୍ଭୁକ୍ତ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button