Zonal-level debate and Sa-Re-Ga-Ma : ସରିଲା ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା: ଭାଗନେଲେ ୬୯୭ ପ୍ରତିଯୋଗୀ
‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ବିତର୍କ ପ୍ରତିଯୋଗିତା....

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ବିତର୍କ ପ୍ରତିଯୋଗିତା ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ପକ୍ଷରୁ ସାରେଗାମା ପ୍ରତିଯୋଗିତା ‘ସମ୍ବାଦ’ର ୧୦ଟି ଜୋନ୍ ଭୁବନେଶ୍ବର, କଟକ, ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର, ଯାଜପୁର ଓ ବଲାଙ୍ଗୀରରେ ଆୟୋଜିତ ହୋଇଥିଲା। ଦୁଇଟି ଯାକ ପ୍ରତିଯୋଗିତାରେ ୬୯୭ ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ବିତର୍କରେ ୨୬୫ ଜଣ ଓ ସାରେଗାମାରେ ୪୩୨ ଜଣ ଭାଗ ନେଇଥିଲେ। ଏହି ଦୁଇଟି ଯାକ ପ୍ରତିଯୋଗିତା କେବଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ), ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।
ବାଲେଶ୍ବର ଜୋନ୍ରେ ୨୪ ଜଣ ବିତର୍କରେ ଓ ୪୧ ଜଣ ସାରେଗାମାରେ, ଜୟପୁର ଜୋନ୍ରେ ୩୦ ଜଣ ବିତର୍କରେ ଓ ୫୫ ଜଣ ସାରେଗାମାରେ, ବ୍ରହ୍ମପୁର ଜୋନ୍ରେ ୩୪ ଜଣ ବିତର୍କରେ ଓ ୬୭ ଜଣ ସାରେଗାମାରେ ଭାଗ ନେଇଥିଲେ। ସେହିପରି ସମ୍ବଲପୁର ଜୋନ୍ ବିତର୍କରେ ୩୭ ଜଣ ଓ ସାରେଗାମାରେ ୫୪ ଜଣ, କଟକ ଜୋନ୍ ବିତର୍କରେ ୪୭ ଜଣ ଓ ସାରେଗାମାରେ ୭୦ ଜଣ, ଯାଜପୁର ଜୋନ୍ ବିତର୍କରେ ୨୨ ଓ ସାରେଗାମାରେ ୩୮ ଜଣ, ରାଉରକେଲା ଜୋନ୍ ବିତର୍କରେ ୨୮ ଜଣ ଓ ସାରେଗାମାରେ ୨୫ ଜଣ, ଭୁବନେଶ୍ବର ଜୋନ୍ ବିତର୍କରେ ୨୩ ଜଣ ଓ ସାରେଗାମାରେ ୨୬ ଜଣ, ଅନୁଗୁଳ ଜୋନ୍ ବିତର୍କରେ ୧୫ ଜଣ ଓ ସାରେଗାମାରେ ୨୪ ଜଣ, ବଲାଙ୍ଗୀର ଜୋନ୍ ବିତର୍କରେ ୧୧ ଜଣ ଓ ସାରେଗାମାରେ ୨୬ ଜଣ ଅଂଶଗ୍ରହଣ କରିଥିଲେ।
ସୌଜନ୍ୟ ସମ୍ବାଦ




