ଜାତୀୟ

Iran: ‘ତୁମେ କ୍ଲିୟରାନ୍ସ ଦେଇଥିଲ, ଏବେ ଗୁଳି ଚଳାଉଛ’: ଇରାନ ନୌସେନା ପ୍ରତି ଭାରତୀୟ ଟ୍ୟାଙ୍କରରୁ ମିଳିଥିବା ଅଡିଓ ରେକର୍ଡିଂ

ନୂଆଦିଲ୍ଲୀ: ଓମାନର ଉତ୍ତରରେ ଇରାନ ନୌସେନା ଦ୍ୱାରା ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳି ଚଳାଇଥିଲା। ସେଥି ମଧ୍ୟରୁ ଅନ୍ୟତମ ସନ୍ମାର ହେରାଲ୍ଡର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି। ରେକର୍ଡିଂରେ ଟ୍ୟାଙ୍କରରୁ ଜଣେ ନାବିକ ଇରାନ କର୍ତ୍ତୃପକ୍ଷଙ୍କୁ କହୁଥିବାର ଶୁଣିବାକୁ ମିଳିଛି ଯେ, ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପାଇଁ ସେମାନେ ପୂର୍ବରୁ କ୍ଲିୟରାନ୍ସ ଦେଇଥିଲେ ଏବଂ ବର୍ତ୍ତମାନ ଜାହାଜ ଉପରେ ଗୁଳି ଚଳାଉଛନ୍ତି।

ଅଡିଓ କ୍ଲିପ୍‌ରେ ସନ୍ମାର ହେରାଲ୍ଡର ଜଣେ କ୍ରୁ ସଦସ୍ୟ କହୁଥିବାର ଶୁଣିବାକୁ ମିଳିଛି: ଆପଣ ମୋତେ ଯିବାକୁ ଅନୁମତି ଦେଇଥିଲେ। ମୋ ନାମ ଆପଣଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ଆପଣ ବର୍ତ୍ତମାନ ଗୁଳି ଚଳାଉଛନ୍ତି। ମୋତେ ପଛକୁ ଫେରିବାକୁ ଦିଅ।

ଏହି ଘଟଣାରେ ଭାରତ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତାଲିଙ୍କୁ ଡକାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଇରାନର ରାଷ୍ଟ୍ରଦୂତଙ୍କୁ ବୈଦେଶିକ ସଚିବଙ୍କ ସହ ସାକ୍ଷାତ୍ ପାଇଁ ଡକାଯାଇଥିଲା। ଏହି ବୈଠକରେ ବୈଦେଶିକ ସଚିବ ଆଜି ସକାଳେ ହର୍ମୁଜ ପ୍ରଣାଳୀରେ ଦୁଇଟି ଭାରତୀୟ ପତାକା ଥିବା ଜାହାଜ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ଭାରତର ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରଙ୍କ କହିବା ଅନୁଯାୟୀ, ଇରାନ ରାଷ୍ଟ୍ରଦୂତ ଏହି ମତକୁ ଇରାନ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଦାୟିତ୍ବ ନେଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

 

Show More
Back to top button