ରାଜ୍ୟ

Sundargarh: ଇବନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା କିଞ୍ଜିରକେଲା ଥାନା ଅଞ୍ଚଳର ଜଣେ ଯୁବକ ୯ ତାରିଖରୁ ନିଖୋଜ ଥିଲେ। ଆଜି ସକାଳୁ ନଦୀର କୁସୁମୁରା ଘାଟରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି

ସୁନ୍ଦରଗଡ଼: ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା କିଞ୍ଜିରକେଲା ଥାନା ଅଞ୍ଚଳର ଜଣେ ଯୁବକ ୯ ତାରିଖରୁ ନିଖୋଜ ଥିଲେ। ଆଜି ସକାଳୁ ନଦୀର କୁସୁମୁରା ଘାଟରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ହେଲେ କିଞ୍ଜିରକେଲା ଥାନା ଅନ୍ତର୍ଗତ କଇଁତରା ଗ୍ରାମର ଧୀରୋଜ ତନ୍ତ୍ରୀ (୨୫)।

୯ ତାରିଖରେ  ସେ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ପକ୍ଷରୁ ଖୋଜାଖୋଜି ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ବୁଧବାର ଓଡ୍ରାଫ୍ ଟିମ୍ ସହାୟତାରେ ଇବ୍ ନଦୀରେ ତଲାସୀ କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ତେବେ ଗୁରୁବାର ସକାଳେ କୁସୁମମରା ଡଙ୍ଗାଘାଟ ନିକଟରେ  ଯୁବକଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button