କଟକ ୧୨/୦୧: କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ। ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘର ଗତିବିଧି ସିସିଟିଭିରେ କଏଦ ହୋଇଛି। ରବିବାର ରାତି ୧୧ ଟା ସମୟରେ ଦେଖିବାକୁ ମିଳିଥିଲା । ସେପଟେ ବାଘ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ସୂଚନା ଥାଉକି, ବିଳମ୍ୱିତ ରାତିରେ ହଟାତ୍ କୁକୁର ମାନେ ଜୋର୍ ରେ ଭୋକିବାକୁ ଲାଗିଥିଲେ । ଏହି ସମୟରେ ଯେତେବେଳେ ସ୍ଥାନୀୟ ଲୋକେ ଝରକା ବାଟେ ଯେତେବେଳେ ଦେଖିଥିଲେ ସେତେବେଳେ ରାସ୍ତାରେ ଗୋଟିଏ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ବାଘଟି କଲରା ପତରିଆ ବାଘ ହୋଇଥିବା ଅନୁମାନ କରିଥିଲେ ଲୋକେ ।

ପରେ ସିସିଟିଭି ଯାଞ୍ଚ ପରେ ସ୍ପଷ୍ଟ ହୋଇଥିଲା ସବୁ କିଛି । କାରଣ ବାଘର ସମସ୍ତ ଗତିବିଧି ସିସି କ୍ୟାମେରାରେ କଏଦ ହୋଇଛି। ତେବେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଜଣାପଡିଛି ।