ଜିଲ୍ଲାରାଜ୍ୟ

ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ ଖଣି ମାଫିଆଙ୍କ ରାଜ! ହରିପୁର ଜଙ୍ଗଲରୁ ଶହଶହ କୋଟିର ପଥର ଲୁଟ୍

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ହରିପୁର ଜଙ୍ଗଲରେ ବେଆଇନ ଭାବେ ମୂଲ୍ୟବାନ ପଥର ଉତ୍ତୋଳନ ଓ ଚୋରାଚାଲାଣ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। କନକ ନ୍ୟୁଜର କ୍ୟାମେରାରେ ଧରାପଡ଼ିଥିବା ଏହି ଘଟଣାରେ ମାଫିଆମାନେ ଶହଶହ କୋଟି ଟଙ୍କାର ପଥର ଲୁଟି ଚାଲିଥିବା ଦାବି କରାଯାଇଛି।

କନକ ବ୍ୟୁରୋ: ଖଣି ଭିତରେ ପଶିଲା କନକ ନ୍ୟୁଜ। କନକ ନ୍ୟୁଜ କ୍ୟାମେରାରେ ବେଆଇନ ପଥର ଖଣି। ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ ଖଣି ଚୋରିର ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଖଲ୍ଲିକୋଟ ତହସିଲର ତୁଳସିପୁର ପଞ୍ଚାୟତ ହରିପୁର ଗ୍ରାମ୍ୟ ଜଙ୍ଗଲ। ତା’ ଭିତରେ ରହିଛି ଏହି ପାହାଡ଼। ଯେଉଁଠୁ ଦିନ ରାତି ଚୋରି ହେଉଛି ମୂଲ୍ୟବାନ ପଥର। ଶହ ଶହ କୋଟିର ପଥର ଲୁଟି ଚାଲିଛନ୍ତି ମାଫିଆ।

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button