ଖାଦ୍ୟ ଉପରେ ଓ୍ୱାର ଇଫେକ୍: ଭାତ ରାନ୍ଧିବ କେମିତି ? ତୁଣ ଟିକିଏ ଲାଗି ତେଲ ନାହିଁ

ଭୁବନେଶ୍ୱର ୧୨/୦୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ କିଛି ଦିନ ତଳେ ଖାଇବା ତେଲ ଦର ବଢ଼ିଚାଲିଛି । ବଜାରରେ ଖାଇବା ତେଲର କଳାବଜାର ହେଉଥିବା ଅଭିଯୋଗ ହୋଇଛି । ସନ୍‌ଫ୍ଲାଓ୍ୱାର ଓ ଭଳି ଖାଇବା ଅନ୍ୟପଟେ ଖାଇବା ତେଲର ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଜାନୁଆରୀ ମାସରୁ ଖାଇବା ତେଲ ଲିଟର ପିଛା ୧୦ରୁ ୨୦ ଟଙ୍କା ତେଇ ଦେଶ ବାହାରୁ ଆମଦାନୀ ହେଉଥିବା ବେଳେ ଯୋଗାଣ ବିଭାଗ ଯୋଗାଣ ପ୍ରଭାବିତ ହୋଇଛି ତେଣୁ ବିଭିନ୍ନ ହୋଲସେଲ୍ ଡିପୋରେ ଗଚ୍ଛିତ ଥିବା ଖାଇବା ତେଲ ଯୁଦ୍ଧ ଆଳରେ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ଏହାର ପ୍ରଭାବ ଖୁଚୁରା ବଜାରରେ ପଡୁଥିବା ବେଳେ ଖାଉଟିମାନେ ଦହଗଞ୍ଜ ହେଉଛନ୍ତି । ବାହାରୁ ଆମଦାନୀ ହେଉଥିବା ଡାଲି ଏବଂ ସୋରିଷ ତେଲ ଭଳି ଅତ୍ୟବଶ୍ୟକ ଖାଦ୍ୟ ଦ୍ରବ୍ୟ ବଢ଼ିବା ସମ୍ଭାବନା ଥିବା କୁହାଯାଉଛି। ଦରବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଗୋଟିଏ ପଟେ ରାଜ୍ୟରେ ଏଲ୍ପିଜି ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଥିବା ବେଳେ ଏବେ ୧୮୦ ଟଙ୍କା ହୋଇଛି। ରାଗ୍ ରିଫାଇନ୍ ତେଲ ଲିଟର ପିଛା ୯୦ରୁ ୯୮ ଟଙ୍କା ଥିବା ବେଳେ ଏବେ ଦରବୃଦ୍ଧି ପାଇ ୧୧୦ ଟଙ୍କା ହୋଇଛି।

ମାଲେସିଆ, ସିଙ୍ଗାପୁର ଏବଂ ଇଣ୍ଡୋନେସିଆରୁ ଆସୁଥିବା ଖାଇବା ତେଲ ଯୋଗାଣ ଯୁଦ୍ଧ ପ୍ରଭାବରେ ) ଆଦିତ ହୋଇଥିବା ବେଳେ ଓଡ଼ିଶା ବଜାରକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବୃଦ୍ଧି ପାଇ ୧୬୦ରୁ ୧୮୦ ଟଙ୍କାରେ ପହଞ୍ଚିଲାଣି। ୨ ସପ୍ତାହ ତଳେ ହୋଲସେଲ୍ ମାର୍କେଟରେ ଫର୍ଟୁନ୍ ସନ୍‌ଫ୍ଲାଓ୍ୱାର ରିଫାଇନ୍ ତେଲ ୧୫୫ରୁ ୧୬୦ ଟଙ୍କା ଥିବା ବେଳେ ଏବେ ଏହା ୧୭୦ରୁ ୧୭୨ ଟଙ୍କାରେ ପହଞ୍ଚିଛି। ସେହିପରି ଫ୍ରିଡମ୍ ରିଫାଇନ୍ ତେଲ ଲିଟର ପିଛା ୧୬୦ ଟଙ୍କା ଥିବା ବେଳେ ଆସୁଥିବା ତେଲ ପରିମାଣ ହ୍ରାସ ପାଇଛି।

ଫଳରେ ଚାହିଦା ଅନୁସାରେ ଖାଇବା ତେଲ ଯୋଗାଣ ଅନେକାଂଶରେ କମିଥିବା ହୋଲସେଲ ବ୍ୟବସାୟୀ କହିଛନ୍ତି । ଯୁଦ୍ଧକୁ ଆଳ କରି କଟକ ସହର ନିକଟବର୍ତ୍ତୀ ଥିବା ବିଭିନ୍ନ ଖାଇବା ତେଲ ଡିପୋରେ ଗଚ୍ଛିତ ଥିବା ତେଲକୁ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ୧୦ରୁ ୨୦ ଲିଟର ଥିବା ତେଲ ପ୍ୟାକେଟ୍ ଏବଂ ଟିଣରେ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରି ବିକ୍ରି କରୁଥିବା ଜଣାପଡ଼ିଛି।

ସୌଜନ୍ୟ Prameya News7

Exit mobile version