ହଜାର ହଜାର ବର୍ଷଧରି ଆମ ଭିତରେ ଏକ ଧାରଣା ରହିଆସିଥିଲା ଯେ, ବିଶ୍ବ ବ୍ରହ୍ମାଣ୍ଡ ଏକ ଆଶ୍ଚର୍ଯ୍ୟ। ଏହାକୁ ଭେଦ କରିବା ଅସମ୍ଭବ ଓ ମଣିଷର ଶକ୍ତି ସାମର୍ଥ୍ୟ ବାହାରେ ବୋଲି ବିଶ୍ବାସ କରାଯାଉଥିଲା। ଭଗବାନଙ୍କ ଏଭଳି ସୃଷ୍ଟିକୁ ବୁଝିବା ଅସାଧ୍ୟ ବ୍ୟାପାର ବୋଲି ବୈଜ୍ଞାନିକମାନେ ମଧ୍ୟ କହୁଥିଲେ। ତେବେ ଶହ ଶହ ବର୍ଷ ତଳର ଏହି ବିଶ୍ବାସ ବଦଳିଛି। ବିଶ୍ବ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟକୁ ମଣିଷ ଭେଦ କରି ପାରିଛି। ଏପରିକି ସୌର ମଣ୍ଡଳରେ ପରସ୍ପର ମଧ୍ୟରେ ବନ୍ଧା ହୋଇଥିବା ଗ୍ରହାଣୁଗୁଡ଼ିକ ଉପରେ ନୂଆ ନୂଆ ତଥ୍ୟ ଉନ୍ମୋଚିତ ହେଉଛି, ଯାହା ବିଶ୍ବ ବ୍ରହ୍ମାଣ୍ଡର ରହସ୍ୟକୁ ଖୋଲିବାରେ ଲାଗିଛି। ଏବେ ସମସ୍ତଙ୍କୁ ଚମକାଇ ଦେଇ ବୈଜ୍ଞାନିକମାନେ ପ୍ରମାଣ କରିଦେଇ ପାରିଛନ୍ତି ଯେ, ସୌର ମଣ୍ଡଳରେ ଅହରହ ଘୂରୁଥିବା ଗ୍ରହାଣୁଗୁଡ଼ିକର କକ୍ଷପଥ ବି ବଦଳାଇ ଦେଇ ହେବ। ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ବୈଜ୍ଞାନିକମାନେ ଏହି କୌଶଳ ବିକଶିତ କରିଛନ୍ତି ଓ ପରୀକ୍ଷାରେ ବି ସଫଳ ହୋଇଛନ୍ତି। ୨୦୨୨ ମସିହାରେ ନାସା ଏକ ମହାକାଶ ଯାନକୁ ଏକ ଗ୍ରହାଣୁରେ ଧକ୍କା ଖୁଆଇ ଖଣ୍ଡ ଖଣ୍ଡ କରି ଜାଣିବାକୁ ଚାହିଁଥିଲା ଯେ, ଏହାଠାରୁ ବଡ଼ ଗ୍ରହାଣୁ ଚାରିପଟେ ବସ୍ତୁର କକ୍ଷପଥ ପରିବର୍ତ୍ତନ କରିପାରିବ କି ନାହିଁ।
ଗ୍ରହାଣୁର ଗତିପଥ ବଦଳାଇପାରିବ ମଣିଷ
ହଜାର ହଜାର ବର୍ଷଧରି ଆମ ଭିତରେ ଏକ ଧାରଣା ରହିଆସିଥିଲା ଯେ, ବିଶ୍ବ ବ୍ରହ୍ମାଣ୍ଡ ଏକ ଆଶ୍ଚର୍ଯ୍ୟ। ଏହାକୁ ଭେଦ କରିବା ଅସମ୍ଭବ ଓ ମଣିଷର ଶକ୍ତି ସାମର୍ଥ୍ୟ ବାହାରେ ବୋଲି ବିଶ୍ବାସ କରାଯାଉଥିଲା। ଭଗବାନଙ୍କ ଏଭଳି ସୃଷ୍ଟିକୁ ବୁଝିବା ଅସାଧ୍ୟ ବ୍ୟାପାର ବୋଲି ବୈଜ୍ଞାନିକମାନେ ମଧ୍ୟ କହୁଥିଲେ।
