ନୂଆଦିଲ୍ଲୀ,୨୪ /୦୩:ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୈତମ ଗମ୍ଭୀର । ନିର ଆଗ୍ରେସିଭ୍ ଅନ୍ଦାଜ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ସେ ଖେଳାଳି ଭାବେ ଖେଳୁଥିବା ବେଳେ ମଧ୍ୟ ଅନେକ ସମୟରେ ପଡିଆରେ ବିବାଦରେ ରହିଥିଲେ । ଆଇପିଏଲରେ ସେ ଅନେକଥର ବିରାଟ କୋହଲିଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ତେବେ ଏସବୁକୁ ନେଇ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗମ୍ଭୀରଙ୍କୁ ପରାମର୍ଶ ଦେଇଛନ୍ତି ।
ଗାଙ୍ଗୁଲି କହିଛନ୍ତି ଯେ, ଗମ୍ଭୀର ଭାରତୀୟ ଡ୍ରେସିଂ ରୁମରେ ଭଲ ପରିବର୍ତ୍ତନ ଆଣିଛନ୍ତି । ଖେଳାଳିଙ୍କ ମଧ୍ୟରେ ଭଲ ମାହୋଲ ରହିଛି ।କିନ୍ତୁ ସେ ଏତେ କଡା ହେବାର କୌଣସି ଆବଶ୍ୟକତା ନାହିଁ । ସେ କଡା ଏବଂ କଠୋର ହେଲେ ବି ଭଲ କୋଚ୍ । ଜଣେ ଭଲ ମଣିଷ ମଧ୍ୟ । ନିଜେ ଗାଙ୍ଗୁଲି ଅନେକ ଦିନ ଧରି ଗମ୍ଭୀରଙ୍କ ସହ ଖେଳିଛନ୍ତି । ତାଙ୍କ ପାଖରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଗୁଣ ରହିଛି । ସେ ସଦାବେଳେ ଜିତିବାକୁ ପ୍ରୟାସ କରନ୍ତି ।
ଗାଙ୍ଗୁଲି ଆହୁରି କହିଛନ୍ତି ଯେ, କୋଚ୍ ଗମ୍ଭୀର ଦଳ ବାବଦରେ ସର୍ବଦା ଠିକ୍ କଥା କୁହନ୍ତି । ଦଳରେ ଏକ ସକରାତ୍ମକ ପରିବେଶ ପ୍ରତିଷ୍ଠା ପାଇଁ ଉଦ୍ୟମ କରନ୍ତି । ଏକ ମାତ୍ର କୋଚ୍ ଭାବେ ତାଙ୍କ ନେତୃତ୍ୱରେ ଭାରତ ଦୁଇଟି ଆଇସିସି ଟ୍ରଫି ଜିତିଛି । କିନ୍ତୁ ଏବେବି ପ୍ରକୃତ ପରୀକ୍ଷା ବାକି ରହିଚି । ଅସଲ ପରୀକ୍ଷା ହେଉଛି୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ । ଦକ୍ଷିଣ ଆଫ୍ରିକାରେ ଗମ୍ଭୀରଙ୍କ ପ୍ରକୃତ ପରୀକ୍ଷାହେବ । ସେଠାକାର ପରିବେଶ ତାଙ୍କୁ ପରୀକ୍ଷା କରିବ । ତେବେ ଏହାକୁ ସେ ସଫଳ ଭାବେ ସମ୍ଭାଦନ କରିପାରିବେ ବୋଲି ବିଶ୍ୱାସ ରହିଛି ।
ଭାରତୀୟ ଦଳର ପୂର୍ବତନ କ୍ୟାପ୍ଟେନ୍ ତଥା ଦାଦା ଭାବେ ପରିଚିତ ଗାଙ୍ଗୁଲି କହିଛନ୍ତି ଯେ, ନାଲି ବଲ୍ କ୍ରିକେଟ୍ ବା ଟେଷ୍ଟ୍ ମ୍ୟାଚରେ ଗମ୍ଭୀରଙ୍କୁ ବହୁତ କିଛି କରିବାକୁ ହେବ । ଭଲ କ୍ରିକେଟ୍ କେମିତି ଦଳ ଖେଳିବ ସେନେଇ ଗମ୍ଭୀର ଫୋକସ କରିବା ଆବଶ୍ୟକ । ପଡିଆକୁ ସଠିକ ଭାବେ ବୁଝିପାରିଲେ ଭାରତୀୟ ଟେଷ୍ଟ୍ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦାଦା କହିଛନ୍ତି ।
ସୌଜନ୍ୟ Prameya News7
