IPL 2026 Fan Park: ଫ୍ୟାନ ପାର୍କ ପାଇଁ ୧୫ ସହରର ତାଲିକା ଜାରି କଲା BCCI, ଓଡ଼ିଶାର ୨ଟି ସହର ସାମିଲ୍

ଆଇପିଏଲ୍ ୨୦୨୬ ଆାରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆୟୋଜକସ୍ଥଳ ମଧ୍ୟ ପ୍ରସ୍ତୁତ। ହେଲେ ବିସିସିଆଇ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଇପିଏଲର ମଜା ନେବା ପାଇଁ ବଡ଼ ବ୍ୟବସ୍ଥା କରିଛି। ବୋର୍ଡ ଏହାର କାର୍ଯ୍ୟସୂଚୀର ଅଂଶ ଭାବରେ IPLର ପ୍ରଥମ ପର୍ଯ୍ୟାୟ ପାଇଁ ଏକ ସ୍ଥାନ, ଫ୍ୟାନ୍ ପାର୍କ ଘୋଷଣା କରିଛି।

IPL 2026 Fan Park: ଆଇପିଏଲ୍ ୨୦୨୬ ଆାରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆୟୋଜକସ୍ଥଳ ମଧ୍ୟ ପ୍ରସ୍ତୁତ। ହେଲେ ବିସିସିଆଇ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଇପିଏଲର ମଜା ନେବା ପାଇଁ ବଡ଼ ବ୍ୟବସ୍ଥା କରିଛି। ବୋର୍ଡ ଏହାର କାର୍ଯ୍ୟସୂଚୀର ଅଂଶ ଭାବରେ IPLର ପ୍ରଥମ ପର୍ଯ୍ୟାୟ ପାଇଁ ଏକ ସ୍ଥାନ, ଫ୍ୟାନ୍ ପାର୍କ ଘୋଷଣା କରିଛି। ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର ଏହା ଯେ, ଏହି ଫ୍ୟାନ ପାର୍କ ତାଲିକାରେ ଓଡ଼ିଶାର ଦୁଇଟି ସହର ରହିଛି।

ଭାରତୀୟ ବୋର୍ଡ ତାଲିକାରେ ୧୧ ଟି ରାଜ୍ୟର ୧୫ଟି ସହରକୁ ଫ୍ୟାନ୍ ପାର୍କ ଭାବେ ସାମିଲ୍ କରିଛି।ବୋର୍ଡ ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରିଛି। ଏଥିରେ ଫ୍ୟାନ ପାର୍କଗୁଡ଼ିକ ତିନି ସପ୍ତାହନ୍ତରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ସପ୍ତାହାନ୍ତରେ ବିଭିନ୍ନ ଅଞ୍ଚଳରେ ପାଞ୍ଚଟି ଫ୍ୟାନ୍ ପାର୍କ ରହିବ – ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ।

ତିନି ସପ୍ତାହ ଧରି ଫ୍ୟାନ୍ ପାର୍କ ଏବଂ ତାରିଖ
ପ୍ରଥମ ସପ୍ତାହ – ମାର୍ଚ୍ଚ ୨୮ ଏବଂ ୨୯, ୨୦୨୬

ଦ୍ଵିତୀୟ ସପ୍ତାହ – ଏପ୍ରିଲ ୪ ଏବଂ ୫, ୨୦୨୬

ତୃତୀୟ ସପ୍ତାହ – ଏପ୍ରିଲ ୧୧ ଏବଂ ୧, ୨୦୨୬

ପ୍ରଥମ ସପ୍ତାହ
ରୋହତକ୍, ହରିୟାଣା – ଛୋଟୁ ରାମ ପଲିଟେକ୍ନିକ୍ ଗ୍ରାଉଣ୍ଡ

ଭୋପାଳ, ମଧ୍ୟ ପ୍ରଦେଶ – ସରକାରୀ ଏମଭିଏମ୍ କଲେଜ ଗ୍ରାଉଣ୍ଡ

ନାଗପୁର, ମହାରାଷ୍ଟ୍ର – ମେକୋସାବାଗ ମେଥୋଡିଷ୍ଟ ହାଇସ୍କୁଲ ଖେଳ ପଡ଼ିଆ

ତୁମକୁର, କର୍ଣ୍ଣାଟକ – ସରକାରୀ ଜୁନିଅର କଲେଜ ପଡ଼ିଆ

କୃଷ୍ଣନଗର, ପଶ୍ଚିମବଙ୍ଗ – ଡିଏଲ ରାୟ ଷ୍ଟାଡିୟମ

ଦ୍ଵିତୀୟ ସପ୍ତାହ

ମଥୁରା, ଉତ୍ତର ପ୍ରଦେଶ – ଅମରନାଥ ବିଦ୍ୟା ଆଶ୍ରମ

ଯୋଧପୁର, ରାଜସ୍ଥାନ – ବରକତୁଲ୍ଲା ଖାନ ଷ୍ଟାଡିୟମ

ନିଜାମାବାଦ, ତେଲେଙ୍ଗାନା – ମହିଳା ଶିକ୍ଷା ସମାଜ ପଡ଼ିଆ

ମହୀଶୂର, କର୍ଣ୍ଣାଟକ – ଏସବିଆରଆର ମହାଜନ ପ୍ରଥମ ଶ୍ରେଣୀ କଲେଜ

ଭୁବନେଶ୍ୱର, ଓଡ଼ିଶା – କିଟ୍ସ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ

ତୃତୀୟ ସପ୍ତାହ

ମିରଟ, ଉତ୍ତର ପ୍ରଦେଶ – ଭୈନସାଲି ଗ୍ରାଉଣ୍ଡ

ନଦିଆଦ, ଗୁଜରାଟ – ରାଧେ ଫାର୍ମ

ରତ୍ନଗିରି, ମହାରାଷ୍ଟ୍ର – ସ୍ଵର୍ଗତ ପ୍ରମୋଦ ମହାଜନ ସ୍ପୋର୍ଟ୍ସ କମ୍ପ୍ଲେକ୍ସ

କୋଏମ୍ବାଟୁର, ତାମିଲନାଡୁ – ହିନ୍ଦୁସ୍ଥାନ କଳା ଏବଂ ବିଜ୍ଞାନ ମହାବିଦ୍ୟାଳୟ

ରାଉରକେଲା, ଓଡ଼ିଶା – ସେକ୍ଟର ୧୭ ଗ୍ରାଉଣ୍ଡ

ଫ୍ୟାନ୍ ପାର୍କରେ କ’ଣ ବ୍ୟବସ୍ଥା ରହିବ ?
ସମସ୍ତ ଫ୍ୟାନ୍ ପାର୍କରେ ଲାଇଭ୍ ମ୍ୟାଚ୍ ସ୍କ୍ରିନିଂ ସହିତ ବିଭିନ୍ନ ଆକର୍ଷଣୀୟ ଅନ-ଗ୍ରାଉଣ୍ଡ କାର୍ଯ୍ୟକଳାପ ରହିଛି। ଯେପରିକି ସଙ୍ଗୀତ, ମନୋରଞ୍ଜନ, ଏକ ଫୁଡ୍ କୋର୍ଟ, ପିଲାମାନଙ୍କ ପାଇଁ ଖେଳର ବ୍ୟବସ୍ଥା ଏବଂ ଭର୍ଚୁଆଲ୍ ବ୍ୟାଟିଂ ଅଭିଜ୍ଞତା, ବୋଲିଂ ନେଟ୍, ଫେସ୍ ପେଣ୍ଟିଂ, ଏକ ଚିଅର୍-ଓ-ମିଟର୍ ଏବଂ ଏକ ୩୬୦ ଫଟୋ ବୁଥ୍ ଭଳି ଇଣ୍ଟରାକ୍ଟିଭ୍ ଫ୍ୟାନ୍ ଏନଗେଜମେଣ୍ଟ୍।

ଫ୍ୟାନ୍ ପାର୍କ କେବେ ଆରମ୍ଭ ହୋଇଥିଲା ?
ଉଲ୍ଲେଖନୀୟ ଫ୍ୟାନ୍ ପାର୍କ ୨୦୧୫ରେ ଆରମ୍ଭ ହୋଇଥିଲା। IPL ଫ୍ୟାନ୍ ପାର୍କ ପଦକ୍ଷେପ ଲିଗକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସାରା ଭାରତ ପ୍ରଶଂସକଙ୍କ ମଧ୍ୟରେ IPL ବଡ଼ ଉତ୍ସାହ ଆଣିଛି। ୨୦୨୬ ସିଜିନ୍ ଫ୍ୟାନ ପାର୍କ ପରମ୍ପରାକୁ ଜାରି ରଖିଛି।

ସୌଜନ୍ୟ Prameya News7

Exit mobile version