ବିଶେଷ

ଘରକୁ ଫେରିବାକୁ ମନା କରିଦେଲା ସ୍ତ୍ରୀ, ପରେ ପ୍ରେମିକ ସହ ବିବାହ କରାଇଦେଲେ ସ୍ୱାମୀ

ଉତ୍ତର ପ୍ରଦେଶରେ ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କ ସହ ଘର ଛାଡ଼ି ଚାଲିଯାଇଥିଲେ। ପରିବାର ଲୋକ ଓ ସ୍ୱାମୀ ତାଙ୍କୁ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିଦେଇଥିଲେ ଏବଂ ପ୍ରେମିକଙ୍କ ସହ ହିଁ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ସ୍ୱାମୀ ଯେଉଁ ନିଷ୍ପତ୍ତି ନେଲେ, ତାହା ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ୟୁପି: ପ୍ରେମ ଓ ସମ୍ପର୍କକୁ ନେଇ ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । କେଉଁଠି ପ୍ରେମ ପାଇଁ ପରିବାରରେ ବିବାଦ ସୃଷ୍ଟି ହେଉଛି, ତ ଆଉ କେଉଁଠି ସମ୍ପର୍କର ତିକ୍ତତା ହତ୍ୟାକାଣ୍ଡ ଭଳି ଘଟଣାର ରୂପ ନେଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତର ପ୍ରଦେଶରେ ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କ ସହ ଘର ଛାଡ଼ି ଚାଲିଯାଇଥିଲେ। ପରିବାର ଲୋକ ଓ ସ୍ୱାମୀ ତାଙ୍କୁ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିଦେଇଥିଲେ ଏବଂ ପ୍ରେମିକଙ୍କ ସହ ହିଁ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ସ୍ୱାମୀ ଯେଉଁ ନିଷ୍ପତ୍ତି ନେଲେ, ତାହା ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ରହୁଥିବା ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କ ସହ ଘର ଛାଡ଼ି ହଠାତ ଚାଲିଯାଇଥିଲେ । ପରେ ପରିବାର ପକ୍ଷରୁ ତାଙ୍କୁ ଫେରାଇ ଆଣିବା ଚେଷ୍ଟା କରାଯାଇଥିଲା। କିନ୍ତୁ ମହିଳା ଜଣକ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଏବଂ ପ୍ରେମିକଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ସ୍ୱାମୀ ଏକ ଭିନ୍ନ ପଦକ୍ଷେପ ନେଇଥିଲେ। ପତ୍ନୀ ଘରକୁ ଫେରିବାକୁ ମନା କରିବା ପରେ ସେ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ପ୍ରେମିକଙ୍କ ସହ ତାଙ୍କ ବିବାହ କରାଇଦେଇଥିଲେ । ସ୍ୱାମୀ ଜୀବନନାଥ ରାଜଭର ଦିଲ୍ଲୀରେ ୱେଲଡର ଭାବରେ କାମ କରୁଥିବା ବେଳେ, ତାଙ୍କ ପତ୍ନୀ ସରିତା ପିଲାମାନଙ୍କ ସହିତ ଚନ୍ଦୌଲିରେ ରହୁଥିଲେ। ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ, ୪୫ ବର୍ଷ ବୟସ୍କା ମହିଳା ଜଣକ ଅଜୟ ନାମକ ଜଣେ ବହୁତ କମ୍ ବୟସର ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ , ଯିଏ ତାଙ୍କ ବୟସର ପ୍ରାୟ ଅଧା ଥିଲେ ଏବଂ ଟ୍ରେନରେ ବାଦାମ ବିକ୍ରୟ କରି ଜୀବିକା ନିର୍ବାହ କରୁଥିଲେ। ଦୁଇଜଣ ଏକ ଟ୍ରେନ ଯାତ୍ରା ସମୟରେ ଭେଟ ହୋଇଥିଲେ ଏବଂ ପରେ ଦୁହେଁ ପ୍ରେମରେ ପଡିଯାଇଥିଲେ ।

ଯେତେବେଳେ ଜୀବନନାଥ ତାଙ୍କ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିଲେ, ସେବେ ସେ ଏହି ସମ୍ପର୍କକୁ ତୀବ୍ର ବିରୋଧ କରିଥିଲେ । ତଥାପି, ସରିତା ପରେ ପ୍ରେମିକ ଅଜୟଙ୍କ ସହ ପଳାଇ ଯାଇଥିଲା। ଯଦିଓ ଜୀବନନାଥ ତାଙ୍କୁ ଖୋଜିବା ପାଇଁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ। ସେ ସରିତାଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ, କିନ୍ତୁ ସରିତା ଅଜୟ ସହିତ ତାଙ୍କ ଜୀବନ ବିତାଇବା ପାଇଁ ଜିଦ୍ ଧରି ରହିଥିଲେ। ପରବର୍ତ୍ତୀ ସମୟରେ, ଜୀବନନାଥ ସେମାନଙ୍କ ବିବାହ ସ୍ଥିର କରିବାକୁ ନିଷ୍ପତ୍ତି ନେଇଥିଲେ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button