ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ, ଟ୍ରାକ୍ଟରରେ ଆଣିଥିବା ଧାନ ବସ୍ତା ଢ଼ାଳିଲେ

ମିଲର ଉଠାଉ ନାହାନ୍ତି ଧାନ । ମଣ୍ଡିରେ ଚାଷୀ ହେଉଛନ୍ତି ହସ୍ତସନ୍ତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ । ଟ୍ରାକ୍ଟରରେ ଆଣିଥିବା ଧାନ ବସ୍ତା ଢ଼ାଳିଲେ । ଧାନ ବିକ୍ରିର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ।

ଭଦ୍ରକ ୧୩।୨: ମିଲର ଉଠାଉ ନାହାନ୍ତି ଧାନ । ମଣ୍ଡିରେ ଚାଷୀ ହେଉଛନ୍ତି ହସ୍ତସନ୍ତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ । ଟ୍ରାକ୍ଟରରେ ଆଣିଥିବା ଧାନ ବସ୍ତା ଢ଼ାଳିଲେ । ଧାନ ବିକ୍ରିର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହଠାତ୍ ଚାଷୀ ମାନେ ଧାନ ବୋଝେଇ ଟ୍ରାକ୍ଟର ନେଇ ଧସେଇ ପଶିଥିଲେ । ପରେ ଧାନ ବସ୍ତାକୁ ଢ଼ାଳିଥିଲେ । ଭଦ୍ରକ ଜିଲ୍ଲାରେ ମିଲର ମାନେ ଧାନ ଉଠାଇବା ପାଇଁ ମନା କରିଛନ୍ତି । ତେବେ ମିଲର ମାନେ ୮ କିଲୋରୁ ୧୩ କିଲୋ ପର୍ଯ୍ୟନ୍ତ ଧାନ କାଟୁଛନ୍ତି ମିଲର । ଏମିତି କି ଚାଷୀଙ୍କୁ ଅଖା ଦିଆଯାଉନାହିଁ ଓ ଗାଡ଼ି ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି । ତେବେ ସବୁ ମଣ୍ଡିରେ ଧାନ ଗଦା ହୋଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନ ମିଛ ତଥ୍ୟ ଦେଉଥିବା କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଗ୍ରାଉଣ୍ଡକୁ ନଯାଇ ଚାଷୀଙ୍କ ଉପରେ ଦୋଷ ଲଦା ଯାଇଛି । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଚାଷୀ ଧାରଣାରେ ବସିବେ ବୋଲି କହିଛନ୍ତି ।

ସୌଜନ୍ୟ Prameya News7

Exit mobile version