ଭୁବନେଶ୍ବର ମେୟର୍‌ ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ‘ୱିଣ୍ଟର୍‌ଫେଷ୍ଟ ୩.୦’ ଓଡ଼ିଶାରେ ବଡ଼ ଆବାସିକ ସମ୍ପ୍ରଦାୟ ସମାବେଶ କ୍ଷେତ୍ରରେ ଏକ ଉଦାହରଣ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଜଷ୍ଟିସ୍ ଶତୃଘ୍ନ ପୂଜାରୀ ଯୋଗ ଦେଇଥିଲେ। ସୁନିତା ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପିଲାମାନଙ୍କ ପାଇଁ ଅନେକ ପ୍ରକାର ଗେମ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ରସିୟାନ ଯୁବତୀଙ୍କ ବବଲ ଗେମ୍‌ ମଧ୍ୟ ଆକର୍ଷଣର କେନ୍ଦ୍ର ଥିଲା। ଏହି ଉତ୍ସବ ଜେଡ୍ ୱାନ୍ ଭ୍ୟୋମ୍ ଆସୋସିଏସନ୍ ଅଫ୍ ଆଲୋଟିଜ୍ ପକ୍ଷରୁ ଜେଡ୍ ୱାନ କ୍ଲବ୍ ସହଯୋଗରେ ଆୟୋଜିତ ହୋଇଥିଲା।