ରାଜ୍ୟ

ଜେଲ ବାହାରେ ୱାର୍ଡରଙ୍କ ଦବଙ୍ଗଗିରି, ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ

ବର୍ଦ୍ଦିରେ ଥାଇ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା କେତେ ଦୂର ଯଥାର୍ଥ ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ବ୍ରହ୍ମପୁର: ବିଭିନ୍ନ ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଏବେବି ଲାଗି ରହିଛି। ହେଲେ ଏହାରି ମଧ୍ୟରେ ବ୍ରହ୍ମପୁର ଜେଲ ବାହାରେ ଜେଲ ୱାର୍ଡରଙ୍କ ଦବଙ୍ଗଗିରି ଭିଜୁଆଲ ଭାଇରାଲ ହୋଇଛି। ଯାହାକୁ ନେଇ ପୁଣି ଚର୍ଚ୍ଚା ହୋଇଛି।

ଏମିତିରେ ପୁଣି ପ୍ରଶ୍ନ ଉଠିଛି ଯେ, ଜଣେ ସରକାରୀ କର୍ମଚାରୀ ହୋଇ ଆଇନ ହାତକୁ କାହିଁକି ନେଲେ ? ବର୍ଦ୍ଦିରେ ଥାଇ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା କେତେ ଦୂର ଯଥାର୍ଥ ? ଯଦି କିଛି ଭୁଲ କରିଥିଲେ ଯୁବକ ଜଣକ, ତେବେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପାରିଥାନ୍ତେ। ସେମିତି ନକରି ଚାପୁଡ଼ା ମାରିବା ଆଇନ ସଙ୍ଗତ କି, ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତେବେ ଜେଲ ବିଭାଗ ଏଥି ପାଇଁ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକିରହିଲା।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button