ଅପରାଧରାଜ୍ୟ

କାମ ଦେବାକୁ କହି ୭ ଆଦିବାସୀଙ୍କୁ ନେଇଥିଲେ ତାମିଲନାଡୁ, ଦୁଇ ଦଲାଲଙ୍କୁ ବାନ୍ଧିଲା ପୋଲିସ

ଏହି ଦୁଇ ଦଲାଲ ୭ ଆଦିବାସୀଙ୍କୁ ପ୍ରଲୋଭିତ କରି ତାମିଲନାଡୁ ନେଇ କାମ ଦେବେ ଓ ମାସକୁ ୩୦ ହଜାର ଟଙ୍କା ଦରମା ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେଠାରେ ସେମାନଙ୍କୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରଖି କାମ କରାଇବା ସହ ମାସକୁ ୩-୫ ହଜାର ଟଙ୍କା ଦେଉଥିଲେ।

ଆନନ୍ଦପୁର: ମାନବ ଅଧିକାର କର୍ମୀଙ୍କ ସଙ୍ଗୀନ ଅଭିଯୋଗ ପରେ ଦୁଇ ଦାଦନ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଦୁଇ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲାର ଅକ୍ଷୟ ଦାସ ଓ ଆନନ୍ଦପୁର ଥାନା ବିରିଡିହା ଗାଁର ଶ୍ରୀତମ ଜେନା। ଉଭୟେ ଆନନ୍ଦପୁର ଥାନା ଅଞ୍ଚଳରୁ ୭ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ପ୍ରଲୋଭିତ କରି ତାମିଲନାଡୁ ନେଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳ ଓ ଜଣେ ନାବାଳିକା ମଧ୍ୟ ରହିଥିଲେ।

ସୂଚନା ଅନୁସାରେ, ଏମାନଙ୍କୁ ପ୍ରଲୋଭିତ କରି ତାମିଲନାଡୁ ନେଇ କାମ ଦେବେ ଓ ମାସକୁ ୩୦ ହଜାର ଟଙ୍କା ଦରମା ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେଠାରେ ସେମାନଙ୍କୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରଖି କାମ କରାଇବା ସହ ମାସକୁ ୩-୫ ହଜାର ଟଙ୍କା ଦେଉଥିଲେ। ଏପରିକି ଜଣେ ଯୁବତୀଙ୍କ ଅଜାଣତରେ ତାଙ୍କ ଦ୍ବାରା ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଥିଲା। ଯୁବତୀ ଜଣକ ଧରାପଡ଼ିବା ପରେ ବର୍ତ୍ତମାନ ନୟାଗଡ଼ ଜେଲରେ ଅଛନ୍ତି।

ସେପଟେ ଏ ସମ୍ପର୍କରେ ତାମିଲନାଡୁ ମାନବାଧିକାର ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉକରି ଦୁଇ ନାବାଳକ ସହ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରି ଓଡ଼ିଶା ମାନବାଧିକାର ବିଭାଗକୁ ହସ୍ତାନ୍ତର କରିଥିଲା। ପରେ ଏନେଇ ରାଜ୍ଯ ମାନବାଧିକାର କୋଡିନେଟର ହେବଲ ନାୟକଙ୍କ ଲିଖିତ ଅଭିଯୋଗ ପରେ ଗୁରୁବାର ଆନନ୍ଦପୁର ପୋଲିସ୍ ଉଭୟ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button