ଜୀବନଚର୍ଯ୍ୟା

Intermittent fasting: ଓଜନ ହ୍ରାସ ପାଇଁ ଉପାଦେୟ ନୁହେଁ ସବିରାମ ଉପବାସ

‘ଇଣ୍ଟର୍‌ମିଟେଣ୍ଟ ଫାଷ୍ଟିଙ୍ଗ୍‌’ ବା ସବିରାମ ଉପବାସକୁ ଓଜନ ହ୍ରାସର ଏକ ଉପାୟ ଭାବେ ଅନେକ ଅନୁସରଣ କରନ୍ତି। ତେବେ ଏ ନେଇ ହୋଇଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ସବିରାମ....

‘ଇଣ୍ଟର୍‌ମିଟେଣ୍ଟ ଫାଷ୍ଟିଙ୍ଗ୍‌’ ବା ସବିରାମ ଉପବାସକୁ ଓଜନ ହ୍ରାସର ଏକ ଉପାୟ ଭାବେ ଅନେକ ଅନୁସରଣ କରନ୍ତି। ତେବେ ଏ ନେଇ ହୋଇଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ସବିରାମ ଉପବାସ ପ୍ରକୃତରେ ସେ ଦିଗରେ ବିଶେଷ ଉପାଦେୟ ନୁହେଁ।
ବ୍ରିଟିସ୍‌ ଗବେଷଣା ସଂସ୍ଥା ‘କୋକ୍ରେନ୍‌ କଲାବରେସନ୍‌’ର ଗବେଷକମାନେ ୧,୯୯୫ ଜଣ ମେଦବହୁଳ ବ୍ୟକ୍ତିଙ୍କୁ ନେଇ ହୋଇଥିବା ୨୨ଟି ଗବେଷଣାର ସମୀକ୍ଷା କରିଥିଲେ। ୧୨ ମାସ ଧରି ସବିରାମ ଉପବାସ ଜରିଆରେ ଓଜନ ହ୍ରାସ କରିବାର ସେମାନଙ୍କ ଉଦ୍ୟମର ଫଳାଫଳକୁ ତର୍ଜମା କରାଯାଇଥିଲା।

ଗବେଷକମାନେ ଜାଣିବାକୁ ପାଇଲେ ଯେ ଡାଏଟିଂ ବା ଯୋଜନାବଦ୍ଧ ଆହାର ଅଭ୍ୟାସ ସହିତ ତୁଳନା କଲେ ସବିରାମ ଉପବାସରୁ ଓଜନ ହ୍ରାସ ଦିଗରେ ଅଧିକ ସୁଫଳ ମିଳେନାହିଁ। ତେବେ କିଛି ଲୋକଙ୍କ କ୍ଷେତ୍ରରେ ଏହା ଉପକାରୀ ହୋଇପାରେ ବୋଲି ଗବେଷକମାନେ ଉଲ୍ଲେଖ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button