ଅପରାଧରାଜ୍ୟ

ଥାନା ସମ୍ମୁଖରେ ଯୁବକଙ୍କ ଚରମ ନିଷ୍ପତ୍ତି, ଗଛରେ ଗାମୁଛା ଲଗାଇ ଝୁଲିପଡିଲେ

ବାରିପଦା ୨୧।୦୬ : ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା। ଯୁବକ ଜଣକ ହେଉଛନ୍ତି କାମତା ଗାଁର ଶିବ ପ୍ରସାଦ ବାରିକ । ଶନିବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଆଗରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ ବାରିପଦା PRM ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ସ୍ତ୍ରୀ ଥାନାକୁ ଆସିଥିଲେ, କିଛି ସମୟ ପରେ ସେ ଥାନାରୁ ବାହାରି ଥାନା ସମ୍ମୁଖରେ ଥିବା ପୁରୁଣା ଫରେଷ୍ଟ ଅଫିସ ପଛ ପଟେ ଏକ ଗଛରେ ଗାମୁଛାରେ ଝୁଲି ପଡ଼ିଥିଲେ। ମୃତ୍ୟୁର କାରଣ ଜଣାପଡିନି । ତେବେ ଏକ ବୋଲେରୋ ଚୋରି ଘଟଣା ପାଇଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। କିଛି ଦିନ ତଳେ କୁଳିଅଣା ଅଞ୍ଚଳରୁ ଏକ ବୋଲେରୋ ଚୋରି ହୋଇଥିଲା। ଗାଡିଟିକୁ ଖୋଜି ପାଇବାରେ ପୋଲିସ ସମର୍ଥ ହୋଇନଥିବା ବେଳେ ସେ ଥାନାରେ ଧାରଣା ଦେଇଥିଲେ।ତେବେ ହଠାତ୍ କଣ ପାଇଁ ଏତେବଡ ପଦକ୍ଷେପ ନେଲେ ତାହା ଜମା ପଡିନି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button