ରାଜ୍ୟ

ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ କରିବେ ଆଲୋଚନା

ଦୁବାଇ /ଭୁବନେଶ୍ୱର ୧୦/୦୯: ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ରାତିରେ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତିନିଧି ଦଳ ପହଞ୍ଚିଥିଲେ । ଦୁବାଇରେ ତାଙ୍କୁ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଆଜିଠୁ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହେବ। ଏହି ଅବସରରେ ଓଡ଼ିଶାର ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାନ କରିବେ।

ଆଶାଠାରୁ ବଡ଼ ଲମ୍ଫ । ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଛୁଟୁଛି ନିବେଶର ସୁଅ । ୟୁଏଇରେ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାରାଥନ ବୈଠକ ଆଣିଛି ବମ୍ପର ନିବେଶ ପ୍ରତିଶ୍ରୁତି । ପ୍ରଥମ ଦିନରେ ହିଁ ୧୪ଟି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର, ଆଇଏଚ୍ସି ଏବଂ ଆଦାନୀ ଗ୍ରୁପ ମଧ୍ୟରେ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି ଏମ୍ଓୟୁ ସହ ଓଡ଼ିଶାକୁ ମିଳିଛି ପ୍ରାୟ ୨ ଲକ୍ଷ ୧୦ ହଜାର ୫ଶହ କୋଟି ଟଙ୍କାର ବିଶାଳ ନିବେଶ ସମ୍ଭାବନା । ବଡ଼ କଥା ହେଲା, ଏହି ନିବେଶ ପ୍ରସ୍ତାବ ରାଜ୍ୟରେ ୮ ଲକ୍ଷ ୬୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆଶା ଦେଖାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button