ରାଜ୍ୟ

Social media 80s trend : ସୋସିଆଲ ମିଡିଆକୁ ଘାରିଛି ୮୦ ଦଶକ ଜ୍ଵର, ୭ ରୁ ୭୦ ମାୟାରେ ବାୟା

ଭୁବନେଶ୍ୱର, ୧୦/୯ : ସାମାଜିକ ଗଣମାଧ୍ୟମରେ ୧୯୮୦ ଦଶକର ଝଡ଼ । ପୂରା ଟ୍ରେଣ୍ଡରେ ରହିଛି । ନେତାଠୁ ନେଇ ସେଲିବ୍ରିଟି, ଏପରିକି ସାଧାରଣ ଲୋକ ସମସ୍ତେ ପଡ଼ିଛନ୍ତି ରେଟ୍ରୋ ଶୈଳୀ ପ୍ରେମରେ । ମୋବାଇଲ ର ଷ୍ଟାଟସ୍, ଡିପିଠୁ ନେଇ ସାମାଜିକ ଗଣମାଧ୍ୟମର ବିଭିନ୍ନ ମାଧ୍ୟମରେ ଏବେ ପୁଳା ପୁଳା ରେଟ୍ରୋ ଶୈଳୀ ଫଟୋ । ଯାହାକୁ ଦେଖିବ ସେ ୮୦ ଦଶକର କେମିତି ଦେଖାଯାଉଥିଲା, ତା’ର ଲୁକ୍ କେମିତି ଥିଲା ତା’ର ଫଟୋ ପୋଷ୍ଟ କରୁଛି । ଯାହାକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଓ ଆଲୋଚନା । ପୂରା ମାଡ଼ିଚାଲିଛି ଟ୍ରେଣ୍ଡ୍ ।

ଏଆଇ ସାହାଯ୍ୟରେ ଚାଟ୍ ଜିପିଟି ବ୍ୟବହାର କରି ସମସ୍ତେ ନିଜ ଫଟୋକୁ ଏଭଳି ୮୦ ଦଶକର ରେଟ୍ରୋ ଲୁକ୍ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । ଏଆଇ ବି ଫଟୋକୁ ଏମିତି ଲୁକ୍ ଦେଉଛି, ଦେଖିଲେ ଲାଗୁଛି ଫଟୋଟି ସତେ ଯେମିତି ୮୦ ଦଶକରେ ନିଆଯାଇଥିଲା । ଜଣେ ବ୍ୟକ୍ତିଙ୍କ ପୋଷାକ, କେଶସଜ୍ଜା, ପୋଜ୍, ପରିବେଶ, ଆଲୋକ ସହ ମୁହଁକୁ ସାମାନ୍ୟ ପରିବର୍ତ୍ତନ କରିବା, ପୁରୁଣା ପାରିବାରିକ ଫଟୋଗ୍ରାଫ, ବଲିଉଡ୍ ପବ୍ଲିସିଟି ଷ୍ଟିଲ୍, ପତ୍ରିକା ପୋଟ୍ରେଟ୍, ବିବାହ ଫଟୋଗ୍ରାଫ କିମ୍ବା କ୍ଲାସିକ୍ ଷ୍ଟୁଡିଓ ଫଟୋଗ୍ରାଫ ଭାବରେ ଷ୍ଟାଇଲ୍ କରିବାକୁ ଏଆଇକୁ ସୂଚନା ଦେବା ପରେ କ୍ଷଣିକ ଭିତରେ ପ୍ରସ୍ତୁତ ହେଇଯାଉଛି ସେହି ଶୈଳୀର ଫଟୋ । ୮୦ ଦଶକରେ ମୁଖ୍ୟତଃ ରଙ୍ଗୀନ ଶାଢ଼ି, ଷ୍ଟେଟମେଣ୍ଟ ଅଳଙ୍କାର, ବଡ଼ କେଶ ସଜ୍ଜା, ନିଶ, ଚଉଡ଼ା କଲର ସାର୍ଟ, ବେଲ୍ ବଟମ୍ ଟ୍ରାଉଜର ଏବଂ ରେଟ୍ରୋ ସନଗ୍ଲାସ୍, ଚେନବାଲା ଘଣ୍ଟା ପିନ୍ଧୁଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button