ପଦ୍ମଶ୍ରୀ ଗୀତା ମାହାଲିକ୍‌ଙ୍କୁ ନାୟିକା ସମ୍ମାନ

ନାୟିକା ସୃଷ୍ଚିର ଏକ ସୂକ୍ଷ୍ମ ଅଭିବ୍ୟକ୍ତି ଯାହା ନାରୀ ରୂପ, ସୈନ୍ଦର୍ଯ୍ୟ, ପ୍ରେମ, ବିରହ, ଶକ୍ତି ଓ ଭକ୍ତିକୁ ଅଭିବ୍ୟକ୍ତ କରେ ତାହାର ଏକ ସୁନ୍ଦର ଉପସ୍ଥାପନା ଭାବେ ଅଙ୍ଗରାଗ ପକ୍ଷରୁ ୫ମ “ନାୟିକା ଓଡିଶୀ ନୃତ୍ୟ ଉତ୍ସବ ୨୦୨୬” ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି।

ଭୁବନେଶ୍ୱର: ନାୟିକା ସୃଷ୍ଚିର ଏକ ସୂକ୍ଷ୍ମ ଅଭିବ୍ୟକ୍ତି ଯାହା ନାରୀ ରୂପ, ସୈନ୍ଦର୍ଯ୍ୟ, ପ୍ରେମ, ବିରହ, ଶକ୍ତି ଓ ଭକ୍ତିକୁ ଅଭିବ୍ୟକ୍ତ କରେ ତାହାର ଏକ ସୁନ୍ଦର ଉପସ୍ଥାପନା ଭାବେ ଅଙ୍ଗରାଗ ପକ୍ଷରୁ ୫ମ “ନାୟିକା ଓଡିଶୀ ନୃତ୍ୟ ଉତ୍ସବ ୨୦୨୬” ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି।

ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ୫ମ “ନାୟିକା ସମ୍ମାନ” ଯାହା ପଦ୍ମଶ୍ରୀ ଗୁରୁ ଗୀତା ମହାଲିକଙ୍କୁ ପ୍ରଦାନ କରାଯାଇଛି, ତାଙ୍କର ସମଗ୍ର ଜୀବନ ଓଡିଶୀକୁ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପ୍ରତିଷ୍ଠିତ କରିବାରେ ଅପାର ଅବଦାନ ରଖିଛନ୍ତି। ଏହି ସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ଏକ ସମୃଦ୍ଧ ପାରମ୍ପରିକ ଐତିହ୍ୟକୁ ସମ୍ମାନ ଜଣାଇଲା, ଯାହା ଆଗାମୀ ପିଢ଼ୀକୁ ପ୍ରେରଣା ଦେଇ ଆସୁଛି। ସେହିପରି ଗୁରୁ ଶ୍ରୀ ସତ୍ୟବାନ ପଶ୍ଚିମକବଟାଙ୍କୁ “ନାୟିକା କଳା ସାଧକ ସମ୍ମାନ” ପ୍ରଦାନ କରାଯାଇଥିଲା, ତାଙ୍କର କଳା ଓ ସଂସ୍କୃତିକ ମାନଚିତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ।

ଏହି ଉତ୍ସବରେ  ଗୁରୁ ଡ଼ଃ ସ୍ନେହପ୍ରଭା ସମନ୍ତରାୟ, ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ; ଡ଼ଃ ଇନ୍ଦିରା ଦତ୍ତ, ପୂର୍ବତନ ପ୍ରଫେସର, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ; ଶ୍ରୀମତୀ ମୀତାରାଣୀ ବିଶ୍ୱାଳ, ଅର୍ଥ ନିୟନ୍ତ୍ରକ, ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟ; ପ୍ରଫେସର ଡ଼ଃ ତାରା ପ୍ରସନ୍ନ ସତପଥୀ, ଚେୟାରମ୍ୟାନ, ବହିରାଉଟ ଗ୍ରୁପ୍ ଅଫ୍  ଇନଷ୍ଟିଟ୍ୟୁସନ୍; ଏବଂ   ଅଭିନେତ୍ରୀ ସୁଶ୍ରୀ ଲୁମ୍ରାଇନା ଶତପଥୀ, ଅଭିନେତ୍ରୀ ଓ CGI CCTV କମ୍ପାନୀର ECO ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Exit mobile version