ଦେଶ ବିଦେଶ

ପଶ୍ଚିମ ଏସିଆ ସଂଘର୍ଷରେ ୧୬ ଭାରତୀୟଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ୧୦ ଜଣ ବାଣିଜ୍ୟିକ ଜାହାଜ ନାବିକ

ସିପିଆଇ(ଏମ) ସାଂସଦ ଜନ୍ ବ୍ରିଟାସଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ସାମରିକ ସଂଘର୍ଷ ଯୋଗୁଁ ଓମାନରେ ୮, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୪, କୁଏତରେ ୨, ସାଉଦି ଆରବ ଏବଂ ଇରାକରେ ଜଣେ ଲେଖାଏଁ ଭାରତୀୟଙ୍କ ମୃତ୍ୟୁ ଘଟିଛି ।

ନୂଆଦିଲ୍ଲୀ : ଚଳିତ ୨୦୨୬ ମସିହା ଆରମ୍ଭରୁ ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ) ଅଞ୍ଚଳରେ ଲାଗି ରହିଥିବା ଭୟାବହ ସାମରିକ ସଂଘର୍ଷ କାରଣରୁ ବର୍ତ୍ତମାନ ସୁଦ୍ଧା ୧୦ ଜଣ ବାଣିଜ୍ୟିକ ଜାହାଜ ନାବିକଙ୍କ ସମେତ ମୋଟ୍ ୧୬ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି । ଗତକାଲି ସଂସଦରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି ।

ସିପିଆଇ(ଏମ) ସାଂସଦ ଜନ୍ ବ୍ରିଟାସଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ସାମରିକ ସଂଘର୍ଷ ଯୋଗୁଁ ଓମାନରେ ୮, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୪, କୁଏତରେ ୨, ସାଉଦି ଆରବ ଏବଂ ଇରାକରେ ଜଣେ ଲେଖାଏଁ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ବିଭିନ୍ନ ଆକ୍ରମଣରେ ମୋଟ୍ ୭୫ ଜଣ ଭାରତୀୟ ଆହତ ହୋଇଛନ୍ତି, ଯେଉଁଥିରେ ୟୁଏଇରେ ୩୨, ଓମାନରେ ୨୪, କୁଏତରେ ୧୩, କତରରେ ୪, ସାଉଦି ଆରବରେ ୧ ଏବଂ ଇସ୍ରାଏଲରେ ମଧ୍ୟ ଜଣେ ସାମିଲ ଅଛନ୍ତି ।

ସେହିପରି ଯୁଦ୍ଧ ସଂପର୍କିତ ଆକ୍ରମଣ ବ୍ୟତୀତ କତରର ରାସ ଲାଫାନ୍ ଗ୍ୟାସ ପ୍ରତିଷ୍ଠାନରେ ଘଟିଥିବା ଏକ ପୃଥକ ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି । ମୃତ ଭାରତୀୟଙ୍କ ଶବ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ଥାନୀୟ ସରକାରଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛି । ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବାଣିଜ୍ୟିକ ନାବିକଙ୍କ ପରିବାରକୁ କଲ୍ୟାଣକାରୀ ପାଣ୍ଠି ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button