ଦେଶ ବିଦେଶ

Loksabha: ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ: ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଧ୍ୱନି ଭୋଟରେ ଗୃହୀତ

ସଂସଦର ମୌସୁମୀ ଅଧିବେଶନର ଦଶମ ଦିନରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ଲୋକସଭାରେ ‘ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍‌-୨୦୨୬’ ବିନା କୌଣସି ଆଲୋଚନାରେ ଧ୍ୱନି ଭୋଟରେ ପାରିତ ହୋଇଯାଇଛି

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦଶମ ଦିନରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ଲୋକସଭାରେ ‘ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍‌-୨୦୨୬’ ବିନା କୌଣସି ଆଲୋଚନାରେ ଧ୍ୱନି ଭୋଟରେ ପାରିତ ହୋଇଯାଇଛି। ମଧ୍ୟାହ୍ନ ୧୨ଟାରେ ଗୃହର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ବିଜେପି ସାଂସଦ ଦିଲୀପ ସାଇକିଆଙ୍କ ଅଧ୍ୟକ୍ଷତାରେ ଅଧିବେଶନ ପୁଣି ଆରମ୍ଭ ହେବା ପରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍‌କୁ ଆଲୋଚନା ଓ ପାରିତ ପାଇଁ ଆଗତ କରିଥିଲେ। ଗତ ଜୁଲାଇ ୨୦ ତାରିଖରେ ହୋଇଥିବା ସଂସଦ ମାର୍ଚ୍ଚ ସମୟରେ ପୁଲିସର ଲାଠିଚାଳନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ସଦସ୍ୟମାନେ ଗୃହର ମଧ୍ୟଭାକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ।

ବିରୋଧୀ ସାଂସଦମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବି କରି ସ୍ଲୋଗାନ ଦେଇଥିଲେ। ଏହି ସମସ୍ତ ବାଧା ମଧ୍ୟରେ ସରକାର ସଂଖ୍ୟା ଗରିଷ୍ଠତା ବଳରେ ବିଲ୍‌ଟିକୁ ପାରିତ କରାଇ ନେଇଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହରେ ବିରୋଧୀଙ୍କ ଏଭଳି ଆଚରଣ ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଆଇନ ଉପରେ ଏକ ସ୍ପଷ୍ଟ ଆଲୋଚନା ଚାହୁଥିଲେ ମଧ୍ୟ ବିରୋଧୀ ଦଳ ଏଥିରେ ସହଯୋଗ କଲେନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ସେ ଚେତାବନୀ ଦେଇ କହିଛନ୍ତି, ଭବିଷ୍ୟତରେ ଏଭଳି କାର୍ଯ୍ୟର ପୁନରାବୃତ୍ତି କଲେ ସଂସଦକୁ ଆପଣମାନଙ୍କୁ ପଠାଇଥିବା ଜନସାଧାରଣ ଏହାର ଜବାବ ମାଗିବେ।

ସୂଚନାଯୋଗ୍ୟ, ଚଳିତ ମୌସୁମୀ ଅଧିବେଶନରେ ଏହା ପୂର୍ବରୁ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍‌-୨୦୨୬ ଏବଂ ଜାତୀୟ ସମ୍ମାନ ପ୍ରତି ଅସମ୍ମାନ ନିବାରଣ (ସଂଶୋଧନ) ବିଲ୍‌-୨୦୨୬ ଉଭୟ ଗୃହରେ ପାରିତ ହୋଇସାରିଛି। ବର୍ତ୍ତମାନର ଏହି ଜନ୍ମ ଓ ମୃତ୍ୟୁ ବିଲ୍ ଲୋକସଭାର ସ୍ୱୀକୃତି ପାଇବା ପରେ ଏବେ ରାଜ୍ୟସଭାର ଅନୁମୋଦନ ପାଇଁ ଅପେକ୍ଷା କରିଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button