ଦେଶ ବିଦେଶ

ପଶ୍ଚିମ ବିରୋଧୀ ମଞ୍ଚ ନ ହେଉ ବ୍ରିକ୍ସ : ତରୁର୍‌

ନୂଆଦିଲ୍ଲୀ : ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧୀ ବା ପଶ୍ଚିମ ବିରୋଧୀ ମେଣ୍ଟ ହେବା ଉଚିତ୍ ନୁହେଁ ବୋଲି କଂଗ୍ରେସ ସାଂସଦ ଶଶି ତରୁର୍ କହିଛନ୍ତି। ସେ କହିଛନ୍ତି ଯେ ବ୍ରିକ୍ସର ମୂଳ ଲକ୍ଷ୍ୟ ହେଉଛି ‘ଗ୍ଲୋବାଲ ସାଉଥ୍’ ଦେଶଗୁଡ଼ିକର ଆର୍ଥିକ ବିକାଶ ଓ ଆଶା-ଆକାଂକ୍ଷାକୁ ପ୍ରତିଫଳିତ କରିବା। ଏହା ପଶ୍ଚିମାଞ୍ଚଳ ଦେଶଗୁଡ଼ିକ ବିରୋଧରେ କୌଣସି ରାଜନୈତିକ କିମ୍ବା ଅର୍ଥନୈତିକ ପଦକ୍ଷେପ ନେବା ଉଚିତ୍‌ ନୁହେଁ। ବ୍ରିକ୍ସ ଗୋଷ୍ଠୀ ମଧ୍ୟରେ ଭାରତର ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଉଭୟ ପଶ୍ଚିମାଞ୍ଚଳ ଦେଶ ଓ ବ୍ରିକ୍ସ ସଦସ୍ୟଙ୍କ ସହ ସାଂସ୍କୃତିକ ଓ ଆର୍ଥିକ ଭାରସାମ୍ୟ ରକ୍ଷା କରି ଚାଲିଛି। ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା, ନୂତନ ବିକାଶ ବ୍ୟାଙ୍କକୁ ମଜଭୁତ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗରେ ଆଲୋଚନା କରିବା ବ୍ରିକ୍ସର ନିଜସ୍ୱ କାର୍ଯ୍ୟସୂଚୀ ହେବା ଆବଶ୍ୟକ। ବ୍ରିକ୍ସର ନୂତନ ସମ୍ପ୍ରସାରଣ ଏହି ମଞ୍ଚକୁ ଅଧିକ ବ୍ୟାପକ କରିଥିଲେ ମଧ୍ୟ ଏହାର ଆଭିମୁଖ୍ୟ ଯେପରି କେବଳ ପଶ୍ଚିମ ବିରୋଧୀ ନାରାରେ ସୀମିତ ନ ରହେ, ସେଥିପ୍ରତି ଧ୍ୟାନ ଦେବାକୁ ତରୁର୍‌ ଆହ୍ୱାନ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button