ମିଡିଆ କିଟ୍ରେ କୋରାପୁଟ କଫି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ, ଆଞ୍ଚଳିକ ଓ ପାରମ୍ପରିକ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଆଗତ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ଏକ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ପ୍ରଦାନ କରାଯାଇଛି। ଏହି ଗୁଡି ବ୍ୟାଗ୍ରେ ଓଡ଼ିଶାର କୋରାପୁଟ କଫି ସହିତ ୯ଟି ବିଶେଷ ସାମଗ୍ରୀ ରହିଛି। ଓଡ଼ିଶାର କୋରାପୁଟ ଜିଲାର ପାହାଡ଼ିଆ ଅଞ୍ଚଳରୁ ସଂଗୃହୀତ ପ୍ରସିଦ୍ଧ ଅର୍ଗାନିକ୍ କଫି କିଟ୍ରେ ରଖାଯାଇଛି। ଏହା ସହିତ ବିହାରର ପାରମ୍ପରିକ, ସ୍ୱାସ୍ଥ୍ୟକର ପ୍ରୋଟିନ୍ଯୁକ୍ତ ସୁପରଫୁଡ୍ ମଖାନା ଓ ସତୁ, ଗୁଜରାଟର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାର ଶିଳ୍ପର ଏକ ସୁନ୍ଦର କଳାକୃତି ଯୁକ୍ତ ଷ୍ଟୋଲ୍, ହିମାଚଳ ପ୍ରଦେଶର ସେଓ ଚା’ (ଆପଲ ଟି), କାଶ୍ମୀରର କେଶର, ଦକ୍ଷିଣ ଭାରତର ମିଲେଟ୍ ସ୍ନାକ୍ସ, ଗୋଆର କାଜୁ ଓ ପରିବେଶ ଅନୁକୂଳ ପୁନରୁଦ୍ଧାରିତ କାଗଜରୁ ତିଆରି ନୋଟବୁକ୍ ଏବଂ କଲମ ରହିଛି। ଏହି ସମ୍ମିଳନୀକୁ ଦେଶ ଓ ବିଦେଶରୁ ପ୍ରାୟ ୧୩୦୦ ସାମ୍ବାଦିକ ଆସିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସାମ୍ବାଦିକଙ୍କ ପାଇଁ ଏହି ସ୍ବତନ୍ତ୍ର ଉପହାର ବ୍ୟବସ୍ଥା କରିଛି।
ସୌଜନ୍ୟ ସମାଜ




