ଜିଲ୍ଲାରାଜ୍ୟ

ପିପିଲିରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ , ହାଇୱା ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ଶିଶୁ ସହ ପରିବାର

ପୁରୀ ଜିଲ୍ଲା ପିପିଲି ବ୍ଲକ ଜଗନ୍ନାଥପୁର-ପାରିଚଅର ମୁଖ୍ୟ ରାସ୍ତାର ଗଙ୍ଗାପଡ଼ା ଛକରେ ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ସୂଚନା ଅନୁଯାୟୀ, ବାଲି ବୋଝେଇ ଏକ ହାଇୱା ସାଇଡ୍ ମାରୁଥିବାବେଳେ ବାଇକ୍‌ରେ ଯାଉଥିବା ଏକ ପରିବାର ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଥିଲେ ।

କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ବ୍ଲକ ଜଗନ୍ନାଥପୁର-ପାରିଚଅର ମୁଖ୍ୟ ରାସ୍ତାର ଗଙ୍ଗାପଡ଼ା ଛକରେ ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ସୂଚନା ଅନୁଯାୟୀ, ବାଲି ବୋଝେଇ ଏକ ହାଇୱା ସାଇଡ୍ ମାରୁଥିବାବେଳେ ବାଇକ୍‌ରେ ଯାଉଥିବା ଏକ ପରିବାର ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଥିଲେ । ବାଇକ୍‌ରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଛୋଟ ଶିଶୁ ଥିବାରୁ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଖେଳିଯାଇଥିଲା । କ୍ଷୁବ୍ଧ ଗ୍ରାମବାସୀ କିଛି ସମୟ ପାଇଁ ବାଲି ବୋଝେଇ ହାଇୱା ଗାଡ଼ିଗୁଡ଼ିକୁ ଅଟକାଇ ପ୍ରତିବାଦ କରିଥିଲେ । ପରେ ଖବର ପାଇ ପିପିଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ସ୍ୱାଭାବିକ କରିଥିଲେ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପାରିଚଅର ଓ ଫୁଲପାଳ ଅଞ୍ଚଳରେ ଦୀର୍ଘଦିନ ଧରି ବେଧଡ଼କ ଭାବେ ବେଆଇନ ବାଲି ଚୋରା ଚାଲାଣ ଚାଲିଛି । ରାତିସାରା ଦୟା ଓ ଭାର୍ଗବୀ ନଦୀପଥରୁ ବାଲି ଉଠାଇ ଶହ ଶହ ହାଇୱା ଚଳାଚଳ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବେଆଇନ ବାଲି ଚାଲାଣ ଉପରେ ଅଙ୍କୁଶ ଲାଗୁନଥିବାରୁ ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ସହ ଚୋରା ବାଲି ଚାଲାଣ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button