
କନକ ବ୍ୟୁରୋ : ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା , ଅଭିଯୁକ୍ତ ଚନ୍ଦନ ପଲାରକୁ ପୁଲିସ୍ର ଏନ୍କାଉଣ୍ଟର । ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ହତ୍ୟାକାଣ୍ଡ ।
ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ମୃତ ହୋଟେଲ ମାଲିକ ପବିତ୍ର ନାୟକ । ପବିତ୍ର ନାୟକଙ୍କ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ଏକ ହୋଟେଲ ରହିଛି । ପୁଲିସ ମୃତଦେହକୁ ଜବତ୍ କରି ଘଟଣାର ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ସୌଜନ୍ୟ KANAK NEWS




