ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଅବଶ୍ୟ ଏହି ଘୂର୍ଣ୍ଣିବଳୟ କେବେ ଘନୀଭୂତ ହେବ ଏହା ପରେ ସ୍ପଷ୍ଟ ହେବ। ତଥାପି ଏହା ୧୦/୧୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ରାଜ୍ୟରେ ଏବେ ଟ୍ରାପ ଲାଇନ ପ୍ରଭାବ ରହିଛି। ଏହାର ପ୍ରଭାବ ୧୧ ତାରିଖ ପର୍ଯ୍ୟନ୍ତ ରହିବ। ଏହାପରେ ଏହି ଘୂର୍ଣ୍ଣିବଳୟର ଦିଗ ଜଣାପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି।

ସେହିଭଳି ଭାରତୀୟ ପାଣିପାଗ ବିଭାଗ, ଆସନ୍ତା ୧୨ ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି IMD। ହେଲେ Cyclogenesis ଅର୍ଥାତ ଅବପାତ ସୃଷ୍ଟି ସମ୍ଭାବନା କମ ବୋଲି କହିଛି ପାଣିପାଗ ବିଭାଗ। ତେବେ ଲଘୁଚାପ ମଧ୍ୟ କେଉଁ ଆଡକୁ ଗତି କରିବ ତାହା ମଧ୍ୟ ଅସ୍ପଷ୍ଟ। ତଥାପି ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି।

 

 

 

ସୌଜନ୍ୟ Prameya News7