ମନୋରଞ୍ଜନ

ବାଦଶାହଙ୍କ ରୋଷ୍ଟ କଲେ ସମୟ ରୈନା; ହନି ସିଂଙ୍କ ବ୍ରାଉନ ରଙ୍ଗ ଗୀତକୁ ନେଇ ଚର୍ଚ୍ଚା ଜୋର

ମୁମ୍ଵାଇ ୧୧।୦୮; କମେଡିଆନ୍ ସମୟ ରୈନାଙ୍କ ନୂଆ ଅନ୍ଦାଜ ଏବେ ଚର୍ଚ୍ଚାରେ । ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ-୨’ରେ ରାପର୍ ବାଦଶାହଙ୍କୁ ନେଇ ସାମୟ କରିଛନ୍ତି ମଜାଳିଆ ରୋଷ୍ଟ । ଆଉ ଏହି ମଜାକ ଭିତରେ ଉଠିଛି ଯୋ ଯୋ ହନି ସିଂହଙ୍କ ନାଁ ଏବଂ ଚର୍ଚ୍ଚିତ ଗୀତ ‘ବ୍ରାଉନ୍ ରଙ୍ଗ’ର ପ୍ରସଙ୍ଗ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ-୨’ର ବୋନସ୍ ଏପିସୋଡ୍-୨ରେ ଦେଖିବାକୁ ମିଳିଛି ସାମୟ ରୈନାଙ୍କ ଏକ ମଜାଳିଆ ମୁହୂର୍ତ୍ତ ।

ଏକ ପ୍ରତିଯୋଗୀଙ୍କ ପରଫର୍ମାନ୍ସ ପରେ ସାମୟ ମାଇକ୍ ଧରି ବାଦଶାହଙ୍କ ସାମ୍ନାରେ ଗୀତ ଗାଇବା ଆରମ୍ଭ କରିଥିଲେ । ଗୀତ ଗାଇବା ସମୟରେ ସେ ଯୋ ଯୋ ହନି ସିଂହଙ୍କ ନାଁ ନେଇଥିଲେ । ଏହାପରେ ‘ବ୍ରାଉନ୍ ରଙ୍ଗ’ ଗୀତର ଉଲ୍ଲେଖ କରିଥିଲେ । ସାମୟଙ୍କ ଏହି ଅନ୍ଦାଜକୁ ଦର୍ଶକମାନେ ବାଦଶାହଙ୍କ ଉପରେ ଏକ ମଜାଳିଆ ରୋଷ୍ଟ ଭାବେ ନେଇଛନ୍ତି। ସାମୟଙ୍କ ଏହି ମଜାକ ପରେ ପୁଣି ଚର୍ଚ୍ଚାକୁ ଆସିଛି ବାଦଶାହ ଓ ହନି ସିଂହଙ୍କ ଦୀର୍ଘଦିନର ବିବାଦ । ଦୁଇ ରାପର୍ ପୂର୍ବରୁ ‘ମାଫିଆ ମୁଣ୍ଡୀର୍’ ନାମକ ହିପ୍-ହପ୍ କଲେକ୍ଟିଭ୍ ସହ ଜଡ଼ିତ ଥିଲେ । ପରେ ଉଭୟଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା । ବିଶେଷକରି ‘ବ୍ରାଉନ୍ ରଙ୍ଗ’ ଗୀତର ଲେଖା ଓ କ୍ରେଡିଟ୍କୁ ନେଇ ଦୁଇଜଣଙ୍କ ମଧ୍ୟରେ ବିବାଦ ଥିବା କଥା ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି ।

ଏପିସୋଡ୍‌ରେ ଏହି ଅଂଶର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଘୁରିବା ପରେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ଆହୁରି ବଢ଼ିଛି । କେହି ଏହାକୁ ସାମୟଙ୍କ ସାଧାରଣ କମେଡି ଓ ରୋଷ୍ଟିଂ ଷ୍ଟାଇଲ୍ ବୋଲି କହୁଥିବା ବେଳେ, ଆଉ କେହି ଏହାକୁ ବାଦଶାହ-ହନି ସିଂହ ବିବାଦକୁ ନେଇ ପରୋକ୍ଷ ଟିପ୍ପଣୀ ବୋଲି ଦେଖୁଛନ୍ତି । ଏହି ଘଟଣା ପରେ ହନି ସିଂହଙ୍କ ଏକ ସୋସିଆଲ ମିଡିଆ ପ୍ରତିକ୍ରିୟାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ବାଦଶାହଙ୍କ ଷ୍ଟେଜ୍ ନେମ୍କୁ ନେଇ ପୁରୁଣା ଦାବି ମଧ୍ୟ ପୁଣି ସାମ୍ନାକୁ ଆସିଛି । ଫଳରେ ସମୟଙ୍କ ଏହି ଛୋଟ ମଜାକ ପୁଣି ଖୋଲିଦେଇଛି ବଲିଉଡ୍ ଓ ଇଣ୍ଡିଆନ୍ ହିପ୍-ହପ୍‌ର ଏକ ପୁରୁଣା ଅଧ୍ୟାୟ । ସାମୟ ରୈନାଙ୍କ ମଜାକ, ବାଦଶାହଙ୍କ ରିଆକ୍ସନ୍ ଏବଂ ହନି ସିଂହଙ୍କ ନାଁ—ସବୁକିଛି ମିଶି ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ-୨’ର ଏହି ମୁହୂର୍ତ୍ତ ଏବେ ଇଣ୍ଟରନେଟ ଚର୍ଚ୍ଚାର କାରଣ ପାଲଟିଛି । ‘ବ୍ରାଉନ୍ ରଙ୍ଗ’ର ପୁରୁଣା ବିବାଦ ପୁଣି ଟ୍ରେଣ୍ଡ୍ରେ ଆସିଥିବା ବେଳେ, ସାମୟଙ୍କ ରୋଷ୍ଟିଂ ଷ୍ଟାଇଲ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ଚର୍ଚ୍ଚା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button