Kangana Ranaut: ସଂସଦରେ କଙ୍ଗନାଙ୍କ ଲଗଜୁରୀ ଲୁକ୍, ୩୫ ଲକ୍ଷର ଦାମୀ ବ୍ୟାଗ୍ ଓ Rolex ଘଣ୍ଟା ଉପରେ ନଜର

ନୂଆଦିଲ୍ଲୀ ୧୧।୦୮; ଏଥର ଦିଲ୍ଲୀର ବର୍ଷା ମଧ୍ୟ କଙ୍ଗନାଙ୍କ ଲୁକ୍ରେ ଏକ ନୂଆ ଟ୍ୱିଷ୍ଟ ଆଣିଥିଲା। ସଂସଦରେ ନିଜ ଅନ୍ଦାଜ ଓ ଫ୍ୟାସନ୍ ଷ୍ଟାଇଲକୁ ନେଇ ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ । ଏଥର ତାଙ୍କ ନୀଳ ଶାଢ଼ୀ ସହ ଲଗଜୁରୀ ଆକ୍ସେସରିଜ୍ ସମସ୍ତଙ୍କ ନଜର ଟାଣିଛି । ସଂସଦ ଭବନର କରିଡରରେ କଙ୍ଗନାଙ୍କ ଲୁକ୍ର ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ବଢ଼ିଛି ।
କଙ୍ଗନା ଏଥର ପିନ୍ଧିଥିଲେ ପେଷ୍ଟେଲ୍ ସ୍କାଏ ବ୍ଲୁ ରଙ୍ଗର ଏକ ସିମ୍ପଲ୍ ଶାଢ଼ି । ଏହା ସହ ଥିଲା ଧଳା ରଙ୍ଗର ବ୍ଲାଉଜ୍ । ହାଲୁକା ରଙ୍ଗର ସ୍ଲିପ୍-ଅନ୍ ଜୋତା ପିନ୍ଧିଥିଲେ। ତେବେ ତାଙ୍କ ହାତରେ ଥିବା କଳା ରଙ୍ଗର ହିଁ ପୂରା ଲୁକ୍ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଏହି ଲଗଜୁରୀ ବ୍ୟାଗର ଆନୁମାନିକ ଦାମ ପ୍ରାୟ ୩୫ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ ଦାବି କରାଯାଇଛି । କେବଳ ବ୍ୟାଗ୍ ନୁହେଁ, କଙ୍ଗନାଙ୍କ ହାତରେ ଥିବା Rolex ଘଣ୍ଟା ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ଘଣ୍ଟାର ଦାମ ପ୍ରାୟ ୨୧ ଲକ୍ଷ ଟଙ୍କା ବୋଲି ଉଲ୍ଲେଖ ରହିଛି ।
ଏତିକିରେ ସରିନଥିଲା କଙ୍ଗନାଙ୍କ ରୟାଲ ଲୁକ୍। ତାଙ୍କ ହାତରେ ଥିବା ଛତା ମଧ୍ୟ ଚର୍ଚ୍ଚାରୁ ବାଦ୍ ପଡ଼ିନାହିଁ। ରିପୋର୍ଟ ଅନୁସାରେ, ଏହି ଛତାର ଦାମ ପ୍ରାୟ ୬ ହଜାର ୧୦୦ ଟଙ୍କା। ଅର୍ଥାତ୍, ସାଧାରଣ ଶାଢ଼ୀ ସହ ଦାମୀ ବ୍ୟାଗ୍, ଦାମୀ ଘଣ୍ଟା ଓ ଷ୍ଟାଇଲିଶ୍ ଛତା-କଙ୍ଗନାଙ୍କ ସମ୍ପୂର୍ଣ୍ଣ ଲୁକ୍ ଏବେ ଫ୍ୟାଶନ୍ ଚର୍ଚ୍ଚାର କାରଣ ପାଲଟିଛି । କଙ୍ଗନାଙ୍କ ଏଭଳି ଲଗଜୁରୀ ଆକ୍ସେସରିଜ୍ ସହ ସଂସଦରେ ନଜର ଆସିବା ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେ ମହଙ୍ଗା ଫ୍ୟାଶନ୍ ସେନସ୍ ସହ ସଂସଦରେ ନଜର ଆସିଛନ୍ତି । ହେଲେ ଏଥର ନୀଳ ଶାଢ଼ୀ ସହ କଳା Birkin ବ୍ୟାଗ୍ ଓ Rolex ଘଣ୍ଟାର କମ୍ବିନେସନ୍ ତାଙ୍କ ଲୁକ ଆହୁରି ଖାସ୍ କରିଦେଇଛି । ସଂସଦରେ ରାଜନୈତିକ ମୁଦ୍ଦା ମଧ୍ୟରେ କଙ୍ଗନାଙ୍କ ଏହି ଲକ୍ସୁରୀ ଫ୍ୟାଶନ୍ ଲୁକ୍ ଏବେ ସୋସିଆଲ୍ ମିଡିଆରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି ।
ସୌଜନ୍ୟ ପ୍ରମେୟ




