ବିଦାୟୀ ସମାରୋହରେ ପାରା ସୁଟରଙ୍କ ବିକ୍ଷୋଭ: ଦଳ ଚୟନରେ ଅନିୟମିତତା ଅଭିଯୋଗ
ଆଗାମୀ ଆଇଚି-ନାଗୋୟା ଏସୀୟ ପାରା କ୍ରୀଡ଼ା ପାଇଁ ଲାଗି ଗୁରୁବାର ଏଠାରେ ଆୟୋଜିତ ଭାରତୀୟ ଦଳର ବିଦାୟ ସମାରୋହରେ ହଙ୍ଗାମା ଦେଖିବାକୁ ମିଳିଛି। ଏହି ସମୟରେ କିଛି ପାରା ସୁଟର ଚୟନ ପ୍ରକ୍ରିୟାରେ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ଆଣି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନୂଆଦିଲ୍ଲୀ: ଆଗାମୀ ଆଇଚି-ନାଗୋୟା ଏସୀୟ ପାରା କ୍ରୀଡ଼ା ପାଇଁ ଲାଗି ଗୁରୁବାର ଏଠାରେ ଆୟୋଜିତ ଭାରତୀୟ ଦଳର ବିଦାୟ ସମାରୋହରେ ହଙ୍ଗାମା ଦେଖିବାକୁ ମିଳିଛି। ଏହି ସମୟରେ କିଛି ପାରା ସୁଟର ଚୟନ ପ୍ରକ୍ରିୟାରେ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ଆଣି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏମାନେ ଏସିଆରେ ଶୀର୍ଷ ମାନ୍ୟତାପ୍ରାପ୍ତ ସୁଟର ସନ୍ଦୀପ କୁମାର ଓ ଆକାଶ କାହିଁକି ଦଳରୁ ବାଦ୍ ପଡ଼ିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଚୟନ ପାଇଁ ସରକାରୀ ପୁରସ୍କାର ରାଶିର ୨୦ ପ୍ରତିଶତ କମିସନ ଦାବି, କୋଟା ସ୍ଥାନ ଓ ଯୋଗ୍ୟତା ସ୍କୋରରେ ହେରଫେର ହୋଇଥିବା ଏହି ସୁଟରମାନେ ଅଭିଯୋଗ କରିଛନ୍ତି। ତେବେ ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ) ଏସବୁ ଅଭିଯୋଗକୁ ଖଣ୍ଡନ କରିଛି। ଦଳ ଚୟନ ସ୍ୱଚ୍ଛ, ଯୋଗ୍ୟତା ଆଧାରିତ ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହୋଇଥିବା କହିଛି। ଏହି ପାରା କ୍ରୀଡ଼ା ଅକ୍ଟୋବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସୌଜନ୍ୟ ସମ୍ବାଦ




