ବିଶେଷ

ବିୟର ନା ହ୍ବିସ୍କି : କେଉଁଟା କମ୍ କ୍ଷତିକାରକ ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଜାଣିବି ଅନେକ ଲୋକ ମଦ୍ୟପାନ କରୁଛନ୍ତି। ଅନେକ ଏହି ଅଭ୍ୟାସ ଛାଡ଼ିପାରିନାହାଁନ୍ତି। ଏସବୁ ଭିତରେ ଅନେକ ଭାବନ୍ତି ଯେ, ବିୟର ଅପେକ୍ଷା ହ୍ବିସ୍କି ଭଲ। କିନ୍ତୁ ଏଥିରେ କେତେ ସତ୍ୟତା ଅଛି ? ବିଶେଷଜ୍ଞ ଏନେଇ କ’ଣ କୁହନ୍ତି ? ଆସନ୍ତୁ ଜାଣିବା।

ବିଶେଷଜ୍ଞ ଏବଂ ଡାକ୍ତରଙ୍କ ମତରେ, ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଅଳ୍ପ ପରିମାଣରେ ଏହାର ସେବନ ବି ଭଲ ନୁହେଁ। ତେବେ ସାଧାରଣ ଏକ ପ୍ରଶ୍ନ ହେଉଛି- ବିୟର ନା ହ୍ୱିସ୍କି ? କେଉଁଟା କମ୍ କ୍ଷତିକାରକ ?

ବିୟର: ଏଥିରେ ସାଧାରଣତଃ ୪ରୁ ୬% ଆଲକହଲ ଥାଏ। ଯେହେତୁ ଏହାର ପ୍ରତିଶତ କମ୍, ଅନେକ ଲୋକ ପ୍ରଚୁର ପରିମାଣରେ ମଦ୍ୟପାନ କରନ୍ତି। ଆଉ ଏହାଦ୍ବାରା ଶରୀରରେ ମୋଟ ଆଲକହଲ ମାତ୍ରା ବଢ଼ିଚାଲିଥାଏ।

ହ୍ୱିସ୍କି: ହ୍ବିସ୍କିରେ ପ୍ରାୟ ୪୦% ପ୍ରତିଶତ ଆଲକହଲ ଥାଏ। ଏମିତିରେ ଅଳ୍ପ ପରିମାଣ ହ୍ବିସ୍କି ବି ଖୁବ୍ ପ୍ରଭାବ ପକାଇଥାଏ। ତେଣୁ ବିଶେଷଜ୍ଞଙ୍କ ମତରେ ବିୟରର ପ୍ରଭାବ କମ୍ ବୋଲି ଭାବି ଅଧିକ ପିଇବା ଦ୍ବାରା ବିପଦ ବଢ଼ିଥାଏ।

ବିୟର: ପ୍ରାୟ ୫୦୦ ଏମଏଲ ବିୟରରେ ୧୫୦-୨୦୦ କ୍ୟାଲୋରୀ ଥାଏ। ଏଥିରେ କାର୍ବୋହାଇଡ୍ରେଟ୍ ଅଧିକ ଥାଏ। ତେଣୁ ବାରମ୍ବାର ବିୟର ପିଇବା ଦ୍ୱାରା ପେଟ ବଢ଼ିଥାଏ।

ହ୍ବିସ୍କି: ସେହିଭଳି ୩୦୦ ଏମଏଲ ହ୍ୱିସ୍କିରେ କେବଳ ୭୦ କ୍ୟାଲୋରୀ ଥାଏ। କୌଣସି କାର୍ବୋହାଇଡ୍ରେଟ୍ କିମ୍ବା ଚିନି ଥାଏ ନାହିଁ। ଓଜନ ନିୟନ୍ତ୍ରଣ ଦୃଷ୍ଟିରୁ ହ୍ୱିସ୍କିରେ କମ୍ କ୍ୟାଲୋରୀ ଥାଏ।ହେଲେ ଏହାର ଅର୍ଥ ନୁହେଁ ଯେ, ହ୍ବିସ୍କି ସ୍ୱାସ୍ଥ୍ୟକର।

ବିୟର: ବିୟରରେ କିଛି ପଲିଫେନୋଲ ଥାଏ। କିଛି ଅଧ୍ୟୟନ ଅନୁସାରେ ଏହା ଗୁଡ୍ କୋଲେଷ୍ଟ୍ରଲ ବୃଦ୍ଧି କରିବାରେ ସାହାଯ୍ୟ କରେ।

ହ୍ୱିସ୍କି: ଏଥିରେ ଏଲାଜିକ୍ ଏସିଡ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଅଛି। ଏହା ଇନଫ୍ଲେମେସନ ଏବଂ ଅକ୍ସିଡେଟିଭ ଷ୍ଟ୍ରେସକୁ କମ୍ କରିଥାଏ ବୋଲି କୁହାଯାଏ। ତେବେ ହୁଏତ ଏହାର ଫାଇଦା ଥାଇପାରେ। କିନ୍ତୁ ମନେ ରଖନ୍ତୁ କେବଳ ଔଷଧ ହିଁ ଏସବୁ ହ୍ରାସ କରିପାରେ।

ବିୟର: ଅଧିକ ବିୟର ପିଇବା ଦ୍ଵାରା ଯକୃତ ଉପରେ ଗମ୍ଭୀର ଚାପ ପଡ଼ିଥାଏ। ଏହା ଗ୍ୟାସ ଏବଂ ପେଟ ଫୁଲିବାର କାରଣ ମଧ୍ୟ ହୋଇପାରେ।

ହ୍ବିସ୍କି: ଏଥିରେ କୌଣସି କାର୍ବୋହାଇଡ୍ରେଟ୍ ନଥିବାରୁ ଅନେକ ଭାବିଥାନ୍ତି ଏହାକୁ ହଜମ କରିବା ସହଜ ହୋଇଥାଏ। କିନ୍ତୁ ଯଦି ଆପଣ ଅତ୍ୟଧିକ ହ୍ବିସ୍କି ପିଅନ୍ତି। ତେବେ ଏହା ଯକୃତକୁ କ୍ଷତି ପହଞ୍ଚାଇପାରେ। WHO ଅନୁସାରେ, ମଦ୍ୟପାନ କର୍କଟ ରୋଗ ସୃଷ୍ଟିକାରୀ। ଯେତେ ଅଧିକ ମଦ୍ୟପାନ କରିବେ, ବିପଦ ସେତେ ଅଧିକ ହେବ।

ତେବେ ବିଶେଷଜ୍ଞ ମତରେ ବିୟର କିମ୍ବା ହ୍ୱିସ୍କି ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହା ଅନ୍ତନଳୀର ଭଲ ବ୍ୟାକ୍ଟେରିଆ ନଷ୍ଟ କରିଦିଏ। ଇନଫ୍ଲେମେସନ ବୃଦ୍ଧି କରେ, ଯକୃତକୁ କ୍ଷତି ପହଞ୍ଚାଏ ଏବଂ କର୍କଟ ରୋଗର ଆଶଙ୍କା ବୃଦ୍ଧି କରେ। ମୋଟାମୋଟି ଭାବରେ କହିବାକୁ ଗଲେ ମଦ୍ୟପାନ ନକରିବା ଭଲ । ପୁଣି ଅଧିକ ଚର୍ବିଯୁକ୍ତ ଖାଦ୍ୟ ସହିତ ଏହାକୁ ପିଇବା ଆହୁରି ବିପଦପୂର୍ଣ୍ଣ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button